ଦୁଷ୍କର୍ମ କରିବା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ଦେଲେ ଦୁଷ୍କର୍ମକାରୀ

Advertisment
ଦୁଷ୍କର୍ମ କରିବା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ଦେଲେ ଦୁଷ୍କର୍ମକାରୀ

ମୁମ୍ବାଇ: ମୁମ୍ବାଇରେ ୩୨ବର୍ଷର ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ସାକିନାକା ଅଞ୍ଚଳରେ ମହିଳା ଏହି ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରିଛି। ତେବେ ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ଼ ପୂରାଇ ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ବି ଏଥିରେ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ଗିରଫ କରିଥିବା ଦୁଷ୍କର୍ମକାରୀକୁ ପଚରାଉଚରା ଜାରି ରଖି ତଦନ୍ତ କରୁଛି ପୁଲିସ। ଏଥିସହିତ ଡିସିପି ଏବଂ ଅତିରିକ୍ତ ପୁଲିସ କମିସନର ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୁମ୍ବାଇ ପୁଲିସର ସୂଚନାନୁସାରେ, ସକାଳ ସମୟରେ ସାକିନାକାର ଖାଇରାନି ରୋଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନେଇ  ଫୋନ କଲ ପାଇଥି‌ଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଘାଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ବୋଲି କୁହାଯାଉଛି।

ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଧାରା ୩୭୬, ୩୦୭ରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe