ଜଣେ ମହିଳା ଆଉ ଜଣେ ମହିଳାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର; ଅଭିଯୋଗ ଗ୍ରହଣ କରୁନି ପୁଲିସ୍‌

Advertisment
ଜଣେ ମେଧାବୀ ଛାତ୍ରୀର ସ୍ବପ୍ନଭଙ୍ଗର କାହାଣୀ ! ସହଯୋଗର ଦ୍ବାହି ଦେଇ କାମବାସନାର ଶିକାର କଲେ ତଥାକଥିତ ଶୁଭେଚ୍ଛୁ; ମିଳିଲାନି ନ୍ୟାୟ, ହାରିଲେ ଜୀବନ

TOI

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଆଉ ଜଣେ ମହିଳା ଦୁଷ୍କର୍ମ କରିଛନ୍ତି। ସୁପ୍ରିମ୍‌କୋର୍ଟର ୩୭୭ ରାୟ ପରେ ଅଭିଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ କରିବାରେ ପୁଲିସ୍‌ ଅସଫଳ ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜଣେ ୧୯ ବର୍ଷୀୟା ଯୁବତୀକୁ ଯୌନ ଶୋଷଣର ଶିକାର କରୁଥିଲେ ଜଣେ ୨୫ ବର୍ଷୀୟା ଯୁବତୀ। ୋସ ରୀତିମତ ଭାବେ ସେକ୍ସ ଟଏ ବ୍ୟବହାର କରି ପୀଡ଼ିତାଙ୍କୁ ଦୁଷ୍କର୍ମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ସଂପର୍କକୁ ଆଇନ୍‌ସମ୍ମତ ଘୋଷଣା କରିବା ପରେ ଏହି ଘଟଣା ହେଉଛି ପ୍ରଥମ।

publive-image

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ପୀଡ଼ିତା ଜଣକ ପୂର୍ବ-ଭାରତରୁ କାମ କରିବା ପାଇଁ ଦିଲ୍ଲୀ ଆସିଥିଲେ। ମାତ୍ର ଏଠାରେ ଭଅିଯୁକ୍ତା ମହିଳା ବାରମ୍ବାର ତାଙ୍କ ସହ ଏପରି ଆଚରଣ କରି ଆସୁଥିଲେ। ପୀଡ଼ିତା ଜଣକ ଆହୁରି ବି ଜଣାଇଛନ୍ତି କି ଏ ସଂପର୍କରେ ସେ ଦିଲ୍ଲୀର ସୀମାପୁରୀ ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ କରିବାକୁ ଯାଇଥିଲେ ବି ପୁଲିସ୍‌ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe