ଦିବ୍ୟାଙ୍ଗ ପ୍ରାମଣପତ୍ର ପାଇଁ ସ୍ବାମୀଙ୍କୁ ପିଠିରେ ବୋହିବୋହି ନେଲେ ସ୍ତ୍ରୀ

ସିଏମଓ ଅଫିସକୁ ସ୍ବାମୀଙ୍କ ଦିବ୍ୟାଙ୍ଗ ପ୍ରାମଣପତ୍ର ପାଇଁ ଯାଇଥିବା ମହିଳା ହେଲେ ହନ୍ତସନ୍ତ। ଦିବ୍ୟାଙ୍ଗ ସ୍ବାମୀଙ୍କ ପାଇଁ ମିଳିଲାନାହିଁ ହ୍ୱିଲଚେୟାର। ସ୍ବାମୀଙ୍କୁ ପିଠିରେ ବୋହିବୋହି ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ଯାଉଥି‌‌ଲେ ସ୍ତ୍ରୀ।

swq

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାୟବରେଲିର ସିଏମଓ ଅଫିସକୁ ସ୍ୱାମୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ତିଆରି କରିବା ପାଇଁ ଆସିଥିବା ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ମହିଳା ଜଣକ ଦିବ୍ୟାଙ୍ଗ ସ୍ବାମୀଙ୍କୁ ବସାଇବା  ପାଇଁ କାର୍ଯ୍ୟାଳୟରେ ହ୍ୱିଲଚେୟାର ପାଇ ନଥିଲେ। ତେଣୁ ସେ ସମୟକୁ ନଷ୍ଟ ନକରି କାହାକୁ ଅପେକ୍ଷା ନକରି ସ୍ୱାମୀଙ୍କୁ ପିଠିରେ ବୋହି ଦିବ୍ୟାଙ୍ଗ ପ୍ରମାଣପତ୍ର ତିଆରି କରିବା ପାଇଁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଦିବ୍ୟାଙ୍ଗ ପ୍ରମାଣପତ୍ର ସିଏମଓ କାର୍ଯ୍ୟାଳୟରେ ତିଆରି କରାଯାଏ। ସମଗ୍ର ଜିଲ୍ଲାରୁ ଆବେଦନକାରୀମାନେ ଦିବ୍ୟାଙ୍ଗ ପ୍ରମାଣପତ୍ର  ପାଇଁ ଏଠାରେ ଆସି ପହଞ୍ଚି ଥାଆନ୍ତି। ଏହି ଦିବ୍ୟାଙ୍ଗ ପ୍ରମାଣପତ୍ର ସପ୍ତାହରେ କେବଳ ଗୋଟିଏ ଦିନ ଅର୍ଥାତ ସୋମବାର ଦିନ ହିଁ ତିଆରି କରାଯିବାର ବ୍ୟବସ୍ଥା ଅଛି।

ଗତ ସୋମବାର ଦିନ ରିଙ୍କି ନାମକ ମହିଳା ତାଙ୍କ ସ୍ୱାମୀଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ତିଆରି କରିବା ପାଇଁ ସିଏମଓ କାର୍ଯ୍ୟାଳୟକୁ ଯାଇଥିଲେ। କାର୍ଯ୍ୟାଳୟରେ ପହଞ୍ଚିବା ପରେ ସ୍ବାମୀଙ୍କୁ ବସାଇବା ପାଇଁ ହ୍ୱିଲଚେୟାର ଖୋଜିଥିଲେ।
ସେଠାରେ ନିୟୋଜିତ କର୍ମଚାରୀଙ୍କୁ ହ୍ୱିଲଚେୟାର ଦେବାକୁ ରିଙ୍କି ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ।  ଶେଷରେ ଦୁଃଖୀ ରିଙ୍କି କିଛି ଉପାୟ ନପାଇ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହିବୋହି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଲେ। 

ଏହି ଘଟଣାକୁ ନେଇ ରିଙ୍କି କହିଛନ୍ତି, ‘ ମୁଁ ପ୍ରଥମଥର ପାଇଁ ସିଏମଓ ଅଫିସରେ ପହଞ୍ଚିଥିଲି। ମୁଁ ଜାଣି ନଥିଲି ଯେ ସ୍ବାମୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ତିଆରି କରିବାରେ ମୋତେ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ମୁଁ ଗୋଟିଏ ବିଭାଗକୁ ଗଲେ ସେମାନେ ଆଉ ଗୋଟେ ବିଭାଗକୁ ପଠାଇ ଦେଉଥିଲେ। ଅନେକ ଚେଷ୍ଟା ପରେ ବି ପ୍ରମାଣପତ୍ର ତିଆରି ହୋଇପାରିଲା ନାହିଁ, ଶେଷରେ ମୁଁ ଘରକୁ ଫେରି ଆସିଛି।।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe