ସ୍ୱାମୀ ହତ୍ୟା ଯୋଜନା କରୁଥିବା ଜାଣି ୧୦କିଲୋମିଟର ସାଇକେଲ ଚଳାଇ ବାପ ଘରେ ପହଞ୍ଚିଲେ ମହିଳା, ତା’ ପରେ....

Advertisment
ସ୍ୱାମୀ ହତ୍ୟା ଯୋଜନା କରୁଥିବା ଜାଣି ୧୦କିଲୋମିଟର ସାଇକେଲ ଚଳାଇ ବାପ ଘରେ ପହଞ୍ଚିଲେ ମହିଳା, ତା’ ପରେ....

TheJournal.ie

ବୈଶାଲି(ବିହାର) : ବିହାରର ବୈଶାଲିରେ ଜଣେ ମହିଳା ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୈଶାଲି ଜିଲ୍ଲାର ଭଗବାନପୁର ଥାନା ଅଞ୍ଚଳରେ ବିବାହ କରିଥିବା ପୁୁତୁଲ ନିଜ ସ୍ୱାମୀ ଏବଂ ଶାଶୁଘର ଲୋକମାନଙ୍କ ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଜାଣି ପାରି ସମସ୍ତେ ଖାଉଥିବା ବେଳେ ଘରୁ ଲୁଚି ବାପ ଘରକୁ ଚାଲି ଆସିଥିଲେ ।

ଘର ବାହାରକୁ ଆସିବା ପରେ ତାଙ୍କୁ କୌଣସି ଗାଡ଼ି ନ ମିଳିବାରୁ ସେ ଘର ପାଖରେ ରଖା ଯାଇଥିବା ସାଇକେଲ ଚଳାଇ ୧୦କିଲୋମିଟର ଅତିକ୍ରମ କରିବା ସହ ନିଜ ବାପ ଘରେ ପହଞ୍ଚିଥିଲେ । ଏ ମଧ୍ୟରେ ପୁତୁଲଙ୍କ ସ୍ୱାମୀ ପ୍ରେମ୍‌ଙ୍କୁ ସବୁ ଜଣାପଡ଼ିବା ପରେ ସେ ବନ୍ଧୁକ ଧରି ତାଙ୍କ ପଛେ ପଛେ ପୁତୁଲଙ୍କ ବାପ ଘରେ ପହଞ୍ଚି ଯାଇଥିଲେ । ପ୍ରେମ୍‌ଙ୍କ ହାତରେ ବନ୍ଧୁକ ଦେଖି ପୁତୁଲଙ୍କ ଭାଇ ପ୍ରେମ୍‌କୁ ଅଟକାଇବା ପାଇଁ ଚେଷ୍ଟା କରିବା ମଧ୍ୟରେ ତାଙ୍କ ଦେହରେ ଗୁଳି ବାଜି ଯାଇଥିଲା । ଏହି ଘଟଣା ପରେ ପୁତୁଲଙ୍କ ଭାଇଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

publive-image oneindia.com

ସୂଚନା ମୁତାବାକ, ପୁତୁଲ ଏବଂ ପ୍ରେମ୍‌ଙ୍କ ବିବାହ ୫ ବର୍ଷ ତଳେ ହୋଇଥିଲା । ବିବାହ ପରେ ପରେ ପ୍ରେମ୍‌ ଏବଂ ତାଙ୍କ ପରିବାର ପୁତୁଲଙ୍କ ଉପରେ ଯୌତୁକ ଆଣିବାର ଚାପ ପକାଇବା ଆରମ୍ଭ କରିଥିଲେ । କିନ୍ତୁ ପୁତୁଲ ଶାଶୁଘର ଲୋକଙ୍କ କଥା ନ ମାନିବାରୁ ସେମାନେ ମଙ୍ଗଳବାର ରାତିରେ ପୁତୁଲଙ୍କ ହତ୍ୟା କରିବାର ଯୋଜନା ତିଆରି କରିଥିଲେ, ଯାହା ବିଷୟରେ ସମୟ ଥାଉ ପୁତୁଲଙ୍କୁ ଜଣା ପଡ଼ି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe