ବେଙ୍ଗାଲୁରୁ: ବେଙ୍ଗାଲୁରୁର ଟ୍ରାଫିକ ସହିତ ଜଡ଼ିତ ମାମଲା ସମୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି ଏକ ଭିଡିଓ ଭାଇରାଲ ହୋଇଛି।
ଯେଉଁଥିରେ ଜଣେ ଦୁଇଜଣ ଯୁବତୀ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସ୍କୁଟି ଚଲାଉଥିବା ଯୁବତୀ ଜଣକ କି ତାଙ୍କ ପଛରେ ବସିଥିବା ଯୁବତୀ ହେଲମେଟ ପିନ୍ଧି ନାହାନ୍ତି। ସଡ଼କ ନିୟମକୁ ଫୁ କରି ଯୁବତୀ ଦ୍ବୟ ନିର୍ଭୟରେ ରାସ୍ତାରେ ବୁଲୁଛନ୍ତି। ଏଥିସହିତ ସ୍କୁଟି ଚଲାଉଥିବା ଯୁବତୀ ଜଣକ କାନ୍ଧରେ ଏକ ପକ୍ଷୀକୁ ବସାଇ ନେଉଥିବା ଦେଖିବାକୁ ମିଳୁଛି।
ତେବେ ଯୁବତୀ ଦ୍ବୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ କାଏର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାରଣ ପ୍ରଥମତଃ ସ୍କୁଟି ଚାଳକ ଜଣକ ହେଲମେଟ ପିନ୍ଧି ନାହାନ୍ତି ଦ୍ବିତୀୟତଃ ସେ ପକ୍ଷୀକୁ ଏପରି ନିଜ କାନ୍ଧରେ ବସାଇ ରାସ୍ତାରେ ବୁଲାଇବା ଆଦୌ ଗ୍ରହଣୀୟ ନୁହେଁ।
ଏହି ଭିଡିଓ ପୂର୍ବରୁ ବେଙ୍ଗାଲୁରୁର ସରଜାପୁର ମୁଖ୍ୟ ରାସ୍ତାରେ ପ୍ରେମୀଯୁଗଳଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏକ୍ସରେ କର୍ଣ୍ଣାଟକ ପୋର୍ଟଫୋଲିଓ ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଜଣେ ଯୁବକ ହେଲମେଟ ନପିନ୍ଧି ବାଇକ ଚଲାଉଛନ୍ତି। ଏହି ସମୟରେ ବାଇକର ତେଲ ଟାଙ୍କି ଉପରେ ବସି ଜଣେ ଯୁବତୀ ବାଇକ ଚଲାଉଥିବା ଯୁବକଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି।
Follow Us