୧୦ଟଙ୍କା ପୈଠ କରିବାକୁ ଯାଇ ୭୫ ହଜାର ଟଙ୍କାର ଠକେଇର ଶିକାର ହେଲେ ମହିଳା

୧୦ଟଙ୍କା ପୈଠ କରିବାକୁ ଯାଇ ୭୫ ହଜାର ଟଙ୍କାର ଠକେଇର ଶିକାର ହେଲେ ମହିଳା

ମୁମ୍ବାଇ: ମୁମ୍ବାଇ ଜଣେ ମହିଳା ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଥିବା ଖବର ମିଳିଛି। ମହିଳା ଅନ୍‌ଲାଇନ୍‌ ପେମେଣ୍ଟ ସମୟରେ ଓଟିପି ସେୟାର କରିଥିଲେ। ଫଳରେ ତାଙ୍କ ଜମା ଖାତାରୁ ୭୫ହଜାର ଟଙ୍କା କିଛି କ୍ଷଣ ମଧ୍ୟରେ ଖାଲି ହୋଇଯାଇଥିଲା।

publive-image

ଏଭଳି ଏକ ଘଟଣା ଏଣ୍ଟାପ ହିଲ ଅଞ୍ଚଳରେ ଘଟିଛି। ୩୭ବର୍ଷର ରଜନୀ ମେନନ ନିଜର ଭୁଲ ପାଇଁ ୭୫ହଜାର ଟଙ୍କା ହରାଇ ଦେଇଛନ୍ତି। ରଜନୀଙ୍କ ପାଖକୁ ଫେବ୍ରୁଆରି ୬ ତାରିଖରେ ଜଣେ ଟେଲିକଲରଙ୍କ ଫୋନ୍‌ ଆସିଥିଲା। ଟେଲିକଲର୍‌ ମହିଳାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ତାଙ୍କ ବାୟୋଡାଟା ଏକ ଚାକିରି ପାଇଁ ଚୟନ କରାଯାଇଛି ବୋଲି କହିଥିଲେ। ଏଥିପାଇଁ ତାଙ୍କୁ ୧୦ଟଙ୍କା ପ୍ରୋସେସିଂ ଚାର୍ଜ ଦେବାକୁ ଅଛି, ଯେଉଁଥିପାଇଁ ତାଙ୍କୁ ଅନ୍‌ଲାଇନ୍‌ ଜରିଆରେ ଟଙ୍କା ପୈଠ କରିବାକୁ ହେବ ବୋଲି କହିଥିଲେ ଟେଲିକଲର। ମେନନ ପ୍ରଥମେ ନିଜର କ୍ରେଡିଟ କାର୍ଡ ଜରିଆରେ ଚାର୍ଜ ଦେବାକୁ ଚେଷ୍ଟା କରିଥିଲେ,କିନ୍ତୁ ପେମେଣ୍ଟ ହୋଇ ପାରି ନଥିଲା। ଏହାପରେ ମେନନ ଏହି ପେମେଣ୍ଟ ନିଜର କାନାରା ବ୍ୟାଙ୍କରୁ ଡେବିଟ କାର୍ଡରୁ କରିଥିଲେ। ଟେଲିକଲର ରଜନୀଙ୍କୁ ପେମେଣ୍ଟରେ ସାହାଯ୍ୟ କରିବା ବାହାନାରେ ଓଟିପି ପଚାରିଥିଲେ। ମହିଳା ବି କିଛି ନବୁଝି ନଶୁଝି ଟେଲିକଲରଙ୍କୁ ନିଜର ଓଟିପି କହି ଦେଇଥିଲେ। କହିବାର କିଛି ସମୟ ଭିତରେ ରଜନୀଙ୍କ ଜମା ଖାତାରୁ ୭୫,୦୦୦ଟଙ୍କା ଉଭେଇ ଯାଇଥିଲା। ପ୍ରଥମେ ଏହି ଟଙ୍କା ଏକ ଇ-ଓ୍ଵାଲେଟକୁ ଟ୍ରାନ୍ସଫର କରି ୨୦ମିନିଟ୍‌ ଭିତରେ ଟଙ୍କା ଉଠାଇ ନିଆଯାଇଥିଲା ବୋଲି ସୂଚନା ମିଳିଛି।

ମେନନ ଏହି ଘଟଣା ନେଇ ପୁଲିସକୁ ଅଭିଯୋଗ କରିିଥିଲେ। ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe