ପୁଲିସର ନିଷ୍କ୍ରିୟତାର ପ୍ରତିବାଦରେ ନିଜ ଶରୀରରେ ନିଆଁ ଲଗାଇଲେ ଦୁଷ୍କର୍ମ ପୀଡ଼ିତା

Advertisment
ପତ୍ନୀ ସହ ପରିବାରର ୫ ସଦସ୍ୟଙ୍କୁ ଜିଅନ୍ତା ଜାଳିଦେଲା ପଂଜାବ ଯୁବକ

ଶାହଡୋଲ: ମଧ୍ୟପ୍ରଦେଶର ଶାହଡୋଲରେ ଦୁଷ୍କର୍ମ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବାରେ ବିଫଳ ହେବା ପରେ ଜଣେ ୨୬ ବର୍ଷୀୟା ପୀଡ଼ିତା ମହିଳା ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ଗୁରୁତର ଭାବେ ଜଳିଯାଇଥିବା ବେଳେ ସେ ପୁଲିସ ଷ୍ଟେସନ ପରିସରରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି।

ଶୁକ୍ରବାର ଦିନ ଅମ୍ଲାଇ ପୁଲିସ ଷ୍ଟେସନରେ ଘଟିଥିବା ଏହି ଘଟଣା ପରେ କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରୁ ହଟାଇ ଦିଆଯାଇଛ ବୋଲି ଅଧିକାରୀ ଜଣକ କହିଛନ୍ତି। ଅମ୍ଲାଇ ପୁଲିସ ଷ୍ଟେସନ ପ୍ରଭାରୀ ମହମ୍ମଦ ସମୀର ଏବଂ ସବ୍‌ ଇନ୍‌ସପେକ୍ଟର ସାବିତ୍ରୀ ସିଂଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଆରକ୍ଷୀ ଅଧୀକ୍ଷକ (ଏସପି) କୁମାର ପ୍ରତୀକ କହିଛନ୍ତି। ଏହି ଘଟଣା ପରେ ମହିଳାଙ୍କ ଅଭିଯୋଗ ଆଧାରରେ ରାଜସ୍ୱ ଅଧିକାରୀ ବ୍ରିଜ ବାହାଦୂରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଅଗଷ୍ଟ ୧୨ରେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କରେ ଥିଲେ। କିନ୍ତୁ ପରେ ବିବାହ କରିବାକୁ ମନା କରିଦେଇଥିଲେ। ତେବେ ତାଙ୍କ ଅଭିଯୋଗରେ ଏଫଆଇଆର ଦାଖଲ କରାଯାଇ ନାହିଁ ବୋଲି ସେମାନେ କହିଛନ୍ତି।
ପରେ ମହିଳା ଜଣକ ମୁଖ୍ୟମନ୍ତ୍ରୀ ହେଲ୍‌ପଲାଇନରେ ମଧ୍ୟ ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ତାଙ୍କୁ ଏବଂ ଅଭିଯୁକ୍ତଙ୍କୁ ସେପ୍ଟେଟର ୨ରେ ପୁଲିସ ଷ୍ଟେସନକୁ ଡାକିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe