ସ୍କୁଲ ପରିସରରେ ଖେଳୁଥିବା ଛାତ୍ରଛାତ୍ରୀଙ୍କୁ ମହିଳାଙ୍କ ଛୁରାମାଡ,୧୪ ଛାତ୍ରଛାତ୍ରୀ ଆହତ

Advertisment
ସ୍କୁଲ ପରିସରରେ ଖେଳୁଥିବା ଛାତ୍ରଛାତ୍ରୀଙ୍କୁ ମହିଳାଙ୍କ ଛୁରାମାଡ,୧୪ ଛାତ୍ରଛାତ୍ରୀ ଆହତ

ପେଇଚିଙ୍ଗ: ପଶ୍ଚିମ ଚୀନର ଚୋଗାକିଙ୍ଗ ସହରରେ ଥିବା ଏକ ସ୍କୁଲରେ ଦିନଦ୍ୱିପହରରେ ଜଣେ ମହିଳାଙ୍କ ଛୁରାମାଡରେ ୧୪ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ  ହୋଇଥିବା ଖବର ମିଳିଛି। ଏହି ଖବର ପ୍ରଚାର ହେବା ପରେ ଏହି ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଶିଶିଞ୍ଜ କିଣ୍ଡରଗାର୍ଟନରେ ଶୁକ୍ରବାର ପ୍ରତ୍ୟୁଷରେ  ଜଣେ ୩୯ବର୍ଷୀୟ ମହିଳା ସ୍କୁଲ ପରିସରକୁ ପଶି ଆସିଥିଲା। ଏହି ମହିଳା ରୋଷେଇରେ ବ୍ୟବହାର ହେଉଥିବା ଛୁରୀକୁ ହାତରେ ଧରି ପିଲାମାନେ ଖେଳ ଛୁଟିରେ ସ୍କୁଲ ପରିସରରେ ଖେଳୁଥିବା ସମୟରେ ପହଁଞ୍ଚି ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ଏଭଳି କାଣ୍ଡ ଘଟାଇ ଥିବା ମହିଳା ମାନସିକ ଭାବେ ଦୁର୍ବଳ ଥିବା ଜଣାପଡ଼ିଛି। ଏହି ମହିଳାଙ୍କ ନାମରେ ପୂର୍ବରୁ ଅନେକ ଅପରାଧୀକ ମାମଲା ଥିବା ଜଣାପଡ଼ିଛି। ୧୪ଜଣ ପିଲାଙ୍କୁ ଛୁରାମାଡ କରିଥିବା ମହିଳାକୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଛି। ତେବେ ଏହି ଛୁରାମାଡରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ପୁଲିସ ତାହାକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe