ପୁଅର ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମା’, କାରଣ ଖୋଜୁଛି ପୁଲିସ

Advertisment
ପୁଅର ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମା’, କାରଣ ଖୋଜୁଛି ପୁଲିସ

www.indiatvnews.com

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ମହିଳା ନିଜ ପୁଅକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏବେ ଦୁଇଟି ଶବ ଜବତ କରିଥିବା ବେଳେ ମୃତଦେହ ପାଖରୁ କୌଣସି ସୁଇସାଇଡ୍ ନୋଟ୍ ପୁଲିସକୁ ମିଳି ନାହିଁ। ତେବେ କେଉଁ କାରଣ ପାଇଁ ମହିଳା ଏତେ ବଡ଼ ପଦକ୍ଷେପ ନେଲେ, ତା’ର କାରଣ ଖୋଜୁଛି ପୁଲିସ।

publive-image www.millenniumpost.in

ପୁଲିସର କହିବା ଅନୁସାରେ, ମହିଳାଙ୍କ ନାଁ ସଞ୍ଜୁ ବୋଲି ଚିହ୍ନଟ କରାଯାଇଥିବା ବେଳେ ତାଙ୍କର ଦୁଇଟି ପୁଅ ଥିଲେ। ଜଣେ ତାଙ୍କ ସହ ରହୁଥିବା ସହ ଆଉ ଜଣେ ପୁଅ ନିଜ ଜେଜେ ବାପା-ମା’ଙ୍କ ପାଖରେ ରହୁଥିଲେ। କିଛି ଦିନ ତଳେ ମହିଳାଜଣଙ୍କ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇ ଜ‌ାନୁୁଆରି ୭ରେ ଶକୁରପୁରରେ ଏକ ଘର ଭଡ଼ା ନେଇ ନିଜ ପୁଅ ସହ ରହିବା ଆରମ୍ଭ କରିଥିଲେ। ତେବେ ସଞ୍ଜୁ ରହୁଥିବା ଭଡ଼ା ଘରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପଡ଼ୋଶୀ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ବାହାରପଟୁ ବନ୍ଦ ଥିବା କବାଟକୁ ଭାଙ୍ଗିଥିଲା। କବାଟ ଭାଙ୍ଗିବା ପରେ ସଞ୍ଜୁଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ବେଳେ ତାଙ୍କ ୪ବର୍ଷୀୟ ପୁଅର ମୃତଦେହ ଖଟ ଉପରେ ପଡ଼ିଥିବାର ଦେଖିଥିଲା ପୁଲିସ। ଶିଶୁଟିର ଗଳା କଟାଯାଇଥିବା ବେଳେ ସଞ୍ଜୁ ପ୍ରଥମେ ନିଜ ପୁଅର ହତ୍ୟା କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe