ଲିଭ୍-ଇନ୍ ପାର୍ଟନର ଖର୍ଚ୍ଚ ଉଠାଇ ପାରିବ ନାହିଁ ବୋଲି କହିବା ପରେ ନିଜ ପୁଅର ଗଳା କାଟି ହତ୍ୟା କଲା ମା’

Advertisment
ଲିଭ୍-ଇନ୍ ପାର୍ଟନର ଖର୍ଚ୍ଚ ଉଠାଇ ପାରିବ ନାହିଁ ବୋଲି କହିବା ପରେ ନିଜ ପୁଅର ଗଳା କାଟି ହତ୍ୟା କଲା ମା’

timesnownews.com

ନୂଆଦିଲ୍ଲୀ: ଜଣେ ୨୨ବର୍ଷୀୟା ମା’ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମିକ ଖର୍ଚ୍ଚ ଉଠାଇ ପାରିବ ନାହିଁ ବୋଲି କହିବାରୁ ଅଭିଯୁକ୍ତ ମା’ ନିଜ ପୁଅର ଗଳା କାଟି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହତ୍ୟା ପରେ ନିଜ ପ୍ରେମିକର ସହାୟତାରେ ପୁଅକୁ ଫିଙ୍ଗି ଦେଇଥିବା ବେଳେ ଏବେ ଅପରାଧଟି ସାମ୍ନାକୁ ଆସିଛି। ଖଜୁରି ଖାସ୍ ଅଞ୍ଚଳରୁ ଶିଶୁଟିର ମୃତଦେହ ମିଳିବାର ଦୁଇ ଦିନ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତଙ୍କ ନାଁ ପ୍ରିୟଙ୍କା ଓ ଧିରଜ ବୋଲି ଚିହ୍ନଟ କରାଯାଇଛି। ସିସିଟିଭି ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

Image result for death India Today

ସୂଚନା ମୁତାବକ, ପ୍ରଥମ ସ୍ବାମୀଠାରୁ ଅଲଗା ହେବା ପରେ ନିଜ ପୁଅ ସହ ରହୁଥିଲେ ପ୍ରିୟଙ୍କା। ଯାହା ପରେ ସେ ଧିରଜଙ୍କୁ ପ୍ରେମ କରି ବସିଥିଲେ। କିନ୍ତୁ ଧିରଜ ପ୍ରିୟଙ୍କାଙ୍କ ପୁଅର ଖର୍ଚ୍ଚ ଉଠାଇ ପାରିବ ନାହିଁ ବୋଲି କହିବାରୁ ଦୁହେଁ ଶିଶୁକୁ ହତ୍ୟା କରିବାର ଯୋଜନା କରିଥିଲେ। ଗୁରୁବାର ଧିରଜ ଶିଶୁଟିକୁ ନିସ୍ତୁକ ପିଟିବା ପରେ ସେ ଅଚେତ ହୋଇଯିବାରୁ ଦୁହେଁ ଶିଶୁକୁ ହତ୍ୟା କରି ଏକ ଜନଶୂନ୍ୟ ସ୍ଥାନରେ ଫିଙ୍ଗି ଦେଇଥିଲେ। ଯାହାପରେ ସିସିଟିଭି ଆଧାରରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe