ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟିଲା ବୋହୂ, ଭାଇରାଲ ହେଲା ଭିଡିଓ

Advertisment
New Project (7)

ଗାଜିଆବାଦ: ମରିଗଲା ମଣିଷପଣିଆ। ଘର ଆଗରେ ବୁଢ଼ି ଶାଶୁକୁ ଘୋଷାଡ଼ି ଘୋଷ‌ାଡ଼ି ପିଟିଲା ବୋହୂ। ସିସିଟିଭିରେ କଏଦ ହେଲା ହୃଦୟ ଥରା ଦୃଶ୍ୟ। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ‌ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ ନେଇ ଝଗଡ଼ା କରିବା ଆରମ୍ଭ କରୁଛନ୍ତି। ଏହା ପରେ ଶାଶୁ ଯାଇ ସିଢ଼ିରେ ବସୁଛନ୍ତି। ଏହା ଦେଖି ବୋହୂ ତାଙ୍କ ମାଡ଼ ମାରିବାରୁ ତାଙ୍କ ‌କେଶ ଖୋଲିଯାଉଛି। ବୋହୂ ଏଭଳି ମାଡ଼ ମାରୁଥିବା ଦେଖି ସେ ତୁରନ୍ତ ଯାଇ ଘରର କବାଟ ବାଡ଼ାଉଛନ୍ତି। ଏଥିରେ ରାଗିଯାଇ ବୋହୂ ତାଙ୍କୁ ଟାଣି ତଳେ ପକାଇବା ସହ ବିଧା ଗୋଇଠା ମାରୁଛି। ଏହି ସମୟରେ ବୋହୂର ମା’ ଭିଡିଓ କରୁଥିବା ଦେଖିବାକୁ ମିଳିଛି। କିଛି ସମୟ ଏଭଳି ଚାଲିବା ପରେ ଘରର କବାଟ ଖୋଲୁଥିବା ଭିଡିଓରେ ଦେଖାଯାଇଛି।

ଅଭିଯୋଗ ହୋଇଛି ଯେ, ପୀଡ଼ିତା ପୁଲିସକୁ ଏନେଇ ଅଭିିଯୋଗ ଲେଖିବାକୁ କହିଥିଲେ ବି ପୁଲିସ ଏହା କରିନଥିଲା। ବୋହୂର ଚିହ୍ନା ଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏତଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe