ଚିକେନ ତରକାରୀ ରାଗ ନଲାଗିବାରୁ ଛାତରୁ ସ୍ତ୍ରୀଙ୍କୁ ଠେଲି ଦେଲେ ସ୍ବାମୀ: ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମହିଳା

Advertisment
ଚିକେନ ତରକାରୀ ରାଗ ନଲାଗିବାରୁ ଛାତରୁ ସ୍ତ୍ରୀଙ୍କୁ ଠେଲି ଦେଲେ ସ୍ବାମୀ: ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମହିଳା

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ତରକାରୀରେ ରାଗ କମ ହୋଇଥିବାରୁ ସ୍ବାମୀ ସ୍ତ୍ରୀକୁ ଛ‌ାତରୁ ଠେଲି ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ପାକିସ୍ତାନର ଲାହୋର ସହରରେ ଅବସ୍ଥିତ ନାନାରିଆନ ଚୌକର ଶାଲିମାର ରୋଡ ନିକଟରେ ମରିୟମ ତାଙ୍କ ସ୍ବାମୀଙ୍କ ସହ ବସବାସ କରୁଥି‌ଲେ। ଗତ ରାତିରେ ସ୍ବାମୀ ମରିୟମଙ୍କୁ ଚିକେନ ରାନ୍ଧିବାକୁ କହିଥିଲେ।

ଚିକେନ ରାନ୍ଧି ସ୍ବାମୀ ସ୍ତ୍ରୀ ଛାତ ଉପରକୁ ଯାଇଥିଲେ। ମରିୟମ ସ୍ବାମୀ ଖାଇବା ପାଇଁ ରୋଷେଇ କରିଥିବା ଚିକେନ ତାରକାରୀ ପରସି ଦେଇଥିଲେ । ଚିକେନ ଖାଇବା ପରେ ମରିୟମଙ୍କ ସ୍ବାମୀ ରାଗି ଯାଇ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। କାରଣ ଚି‌କେନ ସ୍ବାଦିଷ୍ଟ ହୋଇ ନଥିଲା କି ସେଥିରେ ରାଗ ପଡ଼ି ନଥିଲା।

ଏନେଇ ମରିୟମ ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ସ୍ବାମୀ ରାଗରେ ମରିୟମଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ।  ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମରିୟମଙ୍କ ଅବସ୍ଥା ଗୁରୁତର ରହିଛି । ସେ ଡାକ୍ତରଖାନା ବିଛଣାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ମରିୟମଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ତାଙ୍କ ଶାଶୁ ଏବଂ ତାଙ୍କ ଯା’ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe