ଅଭିଯୁକ୍ତ ପୁଅକୁ ଗିରଫ ହେବାରୁ ବଞ୍ଚାଇବା ପାଇଁ ପୁଲିସକର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଲା ମା'

ଅଭିଯୁକ୍ତ ପୁଅକୁ ଗିରଫ ହେବାରୁ ବଞ୍ଚାଇବା ପାଇଁ ପୁଲିସକର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଲା ମା'

indiatoday

ମୁମ୍ବାଇ: ଅଭିଯୁକ୍ତ ପୁଅକୁ ଗିରଫ ହେବାରୁ ବଞ୍ଚାଇବା ପାଇଁ ପୁଲିସକର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଲା ମା'। ଏଭଳି ଘଟଣା ଘଟିଛି ମୁମ୍ବାଇର ମଲୱାନି ଅଞ୍ଚଳରେ। ତେବେ ଘଟଣା ପରେ ଅଭିଯୁକ୍ତ ସହ ତାଙ୍କ ମା'ଙ୍କୁ ମଧ୍ୟ ଗିରଫ କରିଛି ପୁଲିସ।

Mumbai: Woman throws chilli powder at cops to help son escape, arrested Mumbai Mirror

ସୂଚନା ମୁତାବକ, ଶୁକ୍ରବାର ମୁମ୍ବାଇର ଦୁଇଜଣ ପୁଲିସକର୍ମୀ ଅଭିଯୁକ୍ତର ଘରକୁ ତାକୁ ଗିରଫ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ପୁଅକୁ ଗିରଫ ହେବାରୁ ବଞ୍ଚାଇବା ପାଇଁ ଅଭିଯୁକ୍ତର ମା' ପୁଲିସକର୍ମୀଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ତେବେ ଏହି ଘଟଣା ପରେ ଅଭିଯୁକ୍ତ ଘରୁ ଫେରାର ହେବାରେ ସଫଳ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ମଲାଡ ଅଞ୍ଚଳରୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ଆଇପିସିର ଧାରା ୩୫୩, ୩୩୨, ୫୦୪, ୫୦୬, ୫୦୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତ ସହ ପୁଲିସକର୍ମୀଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇଥିବାରୁ ଅଭିଯୁକ୍ତର ମାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe