ମଝି ଆକାଶରେ ମହିଳାଙ୍କ ଏଭଳି କାମ ପାଇଁ ୬୦ଲକ୍ଷରୁ ଅଧିକ ‌ଜରିମାନା

ମଝି ଆକାଶରେ ମହିଳାଙ୍କ ଏଭଳି କାମ ପାଇଁ ୬୦ଲକ୍ଷରୁ ଅଧିକ ‌ଜରିମାନା

ନୂଆଦିଲ୍ଲୀ: ଏକ ଏୟାରଲାଇନ୍ସ କମ୍ପାନି ମହିଳା ଯାତ୍ରୀଙ୍କ ଉପରେ ୬୨ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଲାଗୁ କରିଛି। ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ଯାତ୍ରା ସମୟରେ ବିମାନର ଚାଳକ ଦଳ ଉପରେ ଆକ୍ରମଣ କରି ବିମାନ ଦ୍ବାର ଖୋଲିବାକୁ ଚେଷ୍ଟା କରୁଥିଲେ।

ଏହି ଘଟଣାରେ ତାଙ୍କୁ ଶାନ୍ତ ରହିବାକୁ କୁହାଯାଇଥିଲେ ହେଁ ସେ ମଝି ଆକାଶରେ ଅଧିକରୁ ଅଧିକ ହଙ୍ଗାମା ‌କରିଥିଲେ। ତେଣୁ ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ତାଙ୍କୁ ସିଟରେ ବାନ୍ଧି ଦିଆଯାଇଥିଲା। ଏହି ଘଟଣା ଆମେରିକନ ଏୟାରଲାଇନର ବିମାନ ୧୭୭୪ରେ ଘଟିଥିଲା।

ତେବେ ଉକ୍ତ ଯାତ୍ରୀଙ୍କ ସହିତ ଯାତ୍ରା କରୁଥିବା ସହ ଯାତ୍ରୀମାନେ ମହିଳା ଯାତ୍ରୀଙ୍କ ଉତପାତ ଦେଖି ଘଟଣାର ଭିଡିଓ ନିଜ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ତେବେ ମଝି ଆକାଶରେ ବିମାନ କ୍ର୍ୟୁ ସଦସ୍ୟଙ୍କ ସହିତ ଖରାପ ବ୍ୟବହାର ଦେଖାଇବା ସହିତ ବିମ‌ାନର ଦ୍ବାର ଖୋଲି ଅନ୍ୟ ସହଯାତ୍ରୀଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଥିବା ହେତୁ ଉକ୍ତ ମହିଳା ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରାଯାଇଛି। ଏଥିପାଇଁ ମହିଳା ଯାତ୍ରୀଙ୍କ ବିରୋଧରେ ୮୧,୯୫୦ ଡଲାର (୬୨ଲକ୍ଷ ଟଙ୍କାରୁ ଅଧିକ) ଜରିମାନ କରାଯାଇଛି। ମହିଳା ଯାତ୍ରୀଙ୍କ ଏଭଳି ହଙ୍ଗାମା ପାଇଁ ବିମାନ ୩ଘଣ୍ଟା ବିଳମ୍ବରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। ଯେଉଁ କାରଣରୁ ବିମାନରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe