ବିମାନ ବନ୍ଦରରୁ ମହିଳାଙ୍କ ବ୍ୟାଗରୁ ମିଳିଳା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା, ସେ ଏହାକୁ କେଉଁଠାରୁ ପାଇଥିଲେ ଜାଣନ୍ତୁ

Advertisment
ବିମାନ ବନ୍ଦରରୁ ମହିଳାଙ୍କ ବ୍ୟାଗରୁ ମିଳିଳା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା, ସେ ଏହାକୁ କେଉଁଠାରୁ ପାଇଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭିଏନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ବିମାନ ବନ୍ଦରରେ ଆମେରିକାର ଜଣେ ମହିଳାଙ୍କ ବ୍ୟାଗରୁ ଏକ ବୋମା ଜବତ ହୋଇଛି। ଏହି ବୋମା ଜବତ ହେବା ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ୨୪ବର୍ଷୀୟ ମହିଳା ପର୍ଯ୍ୟଟକ ଆମେରିକାରୁ ଅଷ୍ଟ୍ରେଲିଆ ବୁଲିବାକୁ ଆସିଥିଲେ। ବୁଲିବା ସମୟରେ ମହିଳା ସୋଭେନିୟର ଭାବି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ନିଜ ବ୍ୟାଗରେ ରଖି ଦେଇଥିଲେ। ଭିଏନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯେତେବେଳେ ମହିଳାଙ୍କ ବ୍ୟାଗ ଯାଞ୍ଚ ହୋଇଥିଲା, ସେତେବେଳେ ଯାଞ୍ଚ ଅଧିକାରୀ ଏହି ବୋମା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

publive-image

କୁହାଯାଉଛି କି, ଅଷ୍ଟ୍ରେଲିଆ ବୁଲିବାକୁ ଆସିଥିବା ମହିଳା ହାଇକିଙ୍ଗ କରୁଥିବା ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ଜଡ଼ିତ ଥିବା ଏହି ବୋମା ତାଙ୍କୁ ମିଳିଥିଲା। ସେ କାହାକୁ କିଛି ନ ପଚାରି ଏହି ବୋମାକୁ ନିଜ ବ୍ୟାଗରେ ପୂରାଇ ଦେଇଥିଲେ। ଏମିତିକି ହୋଟେଲରେ ପହଞ୍ଚି ମହିଳା ସେହି ବୋମାକୁ ଭଲ ଭାବେ ସଫାସୁତୁରା କରି ପୁଣିଥରେ ନିଜ ବ୍ୟାଗରେ ରଖି ଦେଇଥିଲେ।

ଏହାପରେ ମହିଳା ସେହି ବ୍ୟାଗ ସହିତ ବିମାନ ବନ୍ଦରରେ ପହଞ୍ଚିଥିଲେ। ଯାଞ୍ଚ ସମୟରେ ଯେତେବେଳେ ଏହି ବୋମାକୁ ଅଧିକାରୀମାନେ ଦେଖିଥିଲେ ମହିଳା ଏହି ବୋମାକୁ ନିଜ ସହିତ ନେଇ ଯାଇ ପାରିବେ କି ନାହିଁ ପଚାରିଥିଲେ? ଏହାପରେ ଯାଞ୍ଚ ଅଧିକାରୀ ଏହି ବୋମାକୁ ନେଇ ମହିଳାଙ୍କୁ ଜେରା ଆରମ୍ଭ କରି ଦେଇଥିଲେ। ଏହାପରେ ବୋମା ନିଷ୍କ୍ରିୟ ଅଧିକାରୀଙ୍କୁ ବିମାନ ବନ୍ଦରକୁ ଡକା ଯାଇଥିଲା। କିଛି ସମୟ ପାଇଁ ବିମାନ ଉଡାଣ ବନ୍ଦ ରଖାଯାଇଥିଲା। ମହିଳାଙ୍କ ପର୍ଯ୍ୟଟକଙ୍କ ବିରୋଧରେ ୪୦୦୦ୟୁରୋର ଜରିମାନା ଲଗା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe