ପ୍ରତିଦିନ ଛାତରୁ ଅନ୍ତବସ୍ତ୍ର ଚୋରାଇ ନେଉଥିବା ଯୁବକକୁ ଏପରି ଧରିଲେ ମହିଳା

ପ୍ରତିଦିନ ଛାତରୁ ଅନ୍ତବସ୍ତ୍ର ଚୋରାଇ ନେଉଥିବା ଯୁବକକୁ ଏପରି ଧରିଲେ ମହିଳା

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରୁ ଚୋରିର ଏକ ଲଜ୍ଜ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ଏମିତି ଏକ ଯୁବକକୁ ଗିରଫ କରିଛି ଯିଏକି ମହିଳାମାନଙ୍କ ଅନ୍ତବସ୍ତ୍ରକୁ ଛାତ ଉପରୁ ଚୋରାଇ ନେଉଥିଲା। ମହିଳାଙ୍କ ଅଭିଯୋଗ ମୁତାବକ, ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ଏଭଳି ଏକ ଘଟଣା ଜୟପୁରର ସୋଡାଲ ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ମହିଳାଙ୍କର  ଅନେକ ଦିନ ହେବ ଘର ଛାତ ଉପରୁ ଅନ୍ତବସ୍ତ୍ର ଚୋରି ହେଉଥିଲା। କିଏ ଚୋରି କରୁଛି , କେମିତି କରୁଛି ସେହି ଚିନ୍ତାରେ ରହୁଥିଲେ ସେ । ମହିଳା ସକାଳେ ପୋଷାକ ଶୁଖାଇ ଥାଆନ୍ତି ଓ ସନ୍ଧ୍ୟାରେ ଛାତକୁ ଶୁଖିଲା ପୋଷାକ ଆଣିବାକୁ ଗଲା ବେଳକୁ ତାଙ୍କ ଅନ୍ତବସ୍ତ୍ର ସେଠାରେ ନଥାଏ। କେବଳ ଏତିକି ନୁହେଁ, ତା’ପର ଦିନ ଛିଣ୍ଡାଫଟା ହୋଇ ଛାତରେ ପଡ଼ିଥିବା ସେ ଦେଖିବାକୁ ପାଇଆନ୍ତି। ସେ ସବୁବେଳେ ଭାବନ୍ତି ଏପରି କାମ ମାଙ୍କଡ଼ ନହେଲେ ପବନ ହେତୁ ହେଉଛି। କିନ୍ତୁ ଏମିତି ଘଟଣା ବାରମ୍ବାର ହେବାରୁ ସେ ଏପରି କାମ ଜାଣିବୁଝି କେହି ଜଣେ କରୁଛି ବୋଲି ଜାଣିବାକୁ ପାଇଥିଲେ।

publive-image

ତେଣୁ ଚୋରକୁ ଧରିବା ପାଇଁ ମହିଳା କାହାକୁ କିଛି ନକହି ଛାତରେ ୨ଟି ସିସିଟିଭି କ୍ୟାମେରା ଲଗାଇ ଥିଲେ। ଦୁଇତିନି ଦିନ ପର୍ଯ୍ୟନ୍ତ କିଛି ଘଟି ନଥିଲା। ଚତୁର୍ଥ ଦିନ ଚୋର ଆସି ପୂର୍ବଭଳି ଅନ୍ତବସ୍ତ୍ର ଚୋରାଉ ଥିବା ସମୟରେ ସିସିଟିଭିରେ କୈଦ୍‌ ହୋଇଯାଇଥିଲା। ଏହି ଚୋର ତାଙ୍କ ପଡ଼ିଶାଘରର ବୋଲି ଜଣାପଡ଼ିଥିଲା।

ସିସିଟିଭି ଫୁଟେଜରେ ଧରାପଡ଼ିଥିବା ଯୁବକ ନାମ ମୁକୁଲ ବୋଲି କୁହାଯାଉଛି। ମହିଳା ଏହି ଫୁଟେଜ ପୁଲିସକୁ ଦେଇ ଉକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରିଥିଲେ।। ପୁଲିସ ଯୁବକକୁ ଗିରଫ କରି ଜେଲ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe