ଶାଶୁକୁ ଚପଲରେ ପିଟିବା ବୋହୂକୁ ମହଙ୍ଗା ପଡ଼ିଲା

ଜଣେ ବୃଦ୍ଧା ରାସ୍ତା ଉପରେ ବସିଥିବା ବେଳେ ତାଙ୍କ ବୋହୂ ଚପଲରେ ମାରୁଛନ୍ତି ନିସ୍ତୁକମାଡ଼ । ଘଟଣା ସମ୍ପର୍କ‌ରେ ଖବର ପାଇବା ପରେ ଧାଇଁ ଆସିଲା ପୁଅ। ଭାଉଜକୁ ଦେଲା ଉତ୍ତମମଧ୍ୟମ।

New Project (15)

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଶାଶୁକୁ ନିର୍ଯାତନା ଦେବା ବୋହୂକୁ ମହଙ୍ଗା ପଡ଼ିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ବୃଦ୍ଧା ରାସ୍ତା ଉପରେ ବସିଥିବା ବେଳେ ତାଙ୍କ ବୋହୂ ଚପଲରେ ନିସ୍ତୁକମାଡ଼ ମାରି ଚାଲୁଛନ୍ତି। ପାଖରେ ଠିଆ ହୋଇଥିବା ଲୋକମାନେ ଏସବୁ ଦେଖୁଛନ୍ତି କିନ୍ତୁ କେହି ହସ୍ତକ୍ଷେପ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। 


ଠିକ ଏତିକି ବେଳେ ବୃଦ୍ଧାଙ୍କ ସାନ ପୁଅ ଆସି ତାଙ୍କ ଭାଉଜକୁ ଏକ ପାଇକ ସାହାଯ୍ୟରେ ନିସ୍ତୁକ ଛେଚିବା ଆରମ୍ଭ କରି ଦେଇଥିଲେ। କିଛି ସମୟ ପାଇଁ ରାସ୍ତାରେ ଏକ ହାଇଭୋଲଟେଜ୍ ଡ୍ରାମା ସୃଷ୍ଟି ହୋଇଥିଲା।  

ଏହି ଭିଡିଓ ଭାଇରାଲ ହେବାପରେ ବୋହୂ ଶାଶୁକୁ, ଦିଅର ଭାଉଜକୁ କାହିଁକି ପିଟିଲେ ସେ ନେଇ ଲୋକ ଜାଣିବାକୁ ଚାହିଁଛନ୍ତି। କିନ୍ତୁ ଏଭଳି ଘଟଣାପଛର କାରଣ କ’ଣ ଖବର  ଲେଖା ହେଲା ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରି ନଥିଲା।
ଯୁବକ ଜଣକ ତାଙ୍କ ଭାଉଜଙ୍କୁ ଚପଲରେ ମାରିବା ସମୟରେ କେବଳ ଏତିକି କହୁଥାଆନ୍ତି କି, ‘ ତୁମେ ମୋ ମା ଉପରକୁୂ ହାତ କାହିଁକି ଉଠେଇଲ । ତୁମକୁ ମୁଁ ଆଜି ଛାଡ଼ିବି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe