୧୨ ବର୍ଷ ଧରି ଶବଗୃହରେ ୧୦୦ଜଣ ମହିଳାଙ୍କ ମୃତୁଦେହ ସହ ଦୁଷ୍କର୍ମ କରିଥିଲା ବୃଦ୍ଧ

Advertisment
୧୨ ବର୍ଷ ଧରି ଶବଗୃହରେ ୧୦୦ଜଣ ମହିଳାଙ୍କ ମୃତୁଦେହ ସହ ଦୁଷ୍କର୍ମ କରିଥିଲା ବୃଦ୍ଧ

ନୂଆଦିଲ୍ଲୀ: ଇଂଲଣ୍ଡରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଶବଗୃହରେ୧୨ବର୍ଷ ଭିତରେ ୧୦୦ଜଣ ମହିଳାଙ୍କ ଶବ ସହ  ଜଣେ ୬୭ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରୁଥିବା ଭଳି ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ନାମ ଡେଭିଡ ଫୁଲର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଡେଭିଡ ହିଥଫିଲ୍ଡ ହସ୍ପିଟାଲରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲା। ସେ ୧୯୮୭ ମସିହାରୁ ୧୨ ବର୍ଷ ଯାଏଁ ଉକ୍ତ ହସ୍ପିଟାଲର ଶବଗୃହରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଓ ତାର ଭିଡିଓ ରେକର୍ଡିଙ୍ଗ କରୁଥିଲା। ସେ ଯୌନବିକାରଗ୍ରସ୍ତ ବୋଲି ସନ୍ଦେହ କରାଯାଉଛି।

୧୯୮୭ରେ ଡେଭିଡ ଦୁଇ ମହିଳାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟା ଘଟଣାର ଯାଞ୍ଚ ବେଳେ ପୁଲିସକୁ ସନ୍ଦେହ ହୋଇଥିଲା। ଆଉ ପୁଲିସ ଧୀରେ ଧୀରେ ଦୁଷ୍କର୍ମ ମାମଲାର ଖୁଲାସା କରିଥିଲା। ଶେଷରେ ଡେଭିଡ ନିଜେ ସ୍ୱୀକାର କରିଥିଲା ଯେ ସେ ପ୍ରାୟ ୧୦୦ଜଣ ମହିଳାଙ୍କ ଶବ ସହ ଶବଗୃହରେ ଏହିଭଳି ନୀଚ୍ଚ କାମ କରିଥିଲା। ୨୦୨୦ ଡିସେମ୍ବର ୩ ତାରିଖରେ ପୁଲିସ ଡେଭିଡକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe