ଅସଦାଚରଣ ମହଙ୍ଗା ପଡ଼ିଲା : ରୋମିଓକୁ ପଟିଲେ କଲୋନି ମହିଳା

ଅସଦାଚରଣ ମହଙ୍ଗା ପଡ଼ିଲା : ରୋମିଓକୁ ପଟିଲେ କଲୋନି ମହିଳା

timesofindia.indiatimes.com

ଚନ୍ଦ୍ରଶେଖରପୁର : ‌ଦୁଇ ଜଣ ମହିଳାଙ୍କୁ ନିଛାଟିଆ ରାସ୍ତାରେ ଅସଦାଚରଣ କରିବା ମହଙ୍ଗା ପଡ଼ିଛି ‌ଜଣେ ରୋଡ ରୋମିଓକୁ। ଧରାପଡ଼ି ସ୍ଥାନୀୟ ମହିଳାମାନଙ୍କ ହାତରୁ ସେ ନିସ୍ତୁକ ମାଡ଼ଖାଇଛି। ଶେଷରେ ସ୍ଥାନୀୟ ଲୋକ ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜିମାଦେଇଛନ୍ତି। ପୁଲିସ୍ ଯୁବକ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି। ଆଜି ଅପରାହଣ୍‌ରେ ନୀଳାଦ୍ରିବିହାର ଈଶାନେଶ୍ବର ମନ୍ଦିର ରାସ୍ତାରେ ଦୁଇ ଜଣ ମହିଳା ସେକ୍ଟର୍ ୧ ଦିଗକୁ ଚାଲିଚାଲି ଯାଉଥିବା ବେଳେ ଯୁବକ ଜଣକ ଜଣେ ମହିଳାଙ୍କୁ ବଳପୂର୍ବକ ଟେକି ନେବାପାଇଁ ଉଦ୍ୟମ କରୁଥିବା ବେଳେ ଦୁଇ ମହିଳା ଏକାଠି ହୋଇ ରୋମିଓକୁ କାବୁକରି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତାକୁ ଅଟକ ରଖିଥିଲେ। କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ସ୍ଥାନୀୟ ମହିଳାମାନେ ପହଞ୍ଚି ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe