ସ୍ବାମୀ ବିରକ୍ତ ହେଉଥିବାରୁ ପୁଅକୁ ଧରି ୧୩ମହଲାରୁ ଡେଇଁ ପଡ଼ିଲେ ମହିଳା: ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ

ଦିଲ୍ଲୀକୁ ଲାଗିଥିବା ଗ୍ରେଟର ନୋଏଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ ଡେଇଁ ଜୀବନ ହାରି ଦେଇଛନ୍ତି।

New Project (23) (2)

ନୂଆଦିଲ୍ଲୀ: ଦିଲ୍ଲୀକୁ ଲାଗିଥିବା ଗ୍ରେଟର ନୋଏଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ୧୧ ବର୍ଷର ପୁଅ ସହିତ ୧୩ ମହଲାରୁ ଡେଇଁ ଜୀବନ ହାରି ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଏକ ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି। ମୃତ ମା’ଙ୍କ ନାମ ସାକ୍ଷୀ ଚାୱଲା ଏବଂ  ପୁଅ ନାମ ଦକ୍ଷ ଚାୱଲା ଥିବା ବେଳେ ଦୁହେଁ ଏସ ସିଟି ସୋସାଇଟିରେ ବସବାସ କରୁଥିବା ଜଣାପଡ଼ିଛି।

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ଜୀବନ ଯାଇଥିବା ପୁଅ ଦକ୍ଷର ମାନସିକ ଅବସ୍ଥା ଭଲ ନଥିଲା। ତେଣୁ ତାର ବାପା ସବୁବେଳେ ସ୍ତ୍ରୀ ସାକ୍ଷୀ ଓ ପୁଅକୁ ନେଇ ବିରକ୍ତ ହେଉଥିଲେ। ଛୋଟଛୋଟ କଥାରେ ପୁଅକୁ ଗାଳି ଦେବା ସହିତ ସ୍ତ୍ରୀଙ୍କୁ ମାଡ଼ ବି ମାରୁଥିଲେ। 

ପୁଲିସ ପାଇଥିବା ସୁଇସାଇଡ୍ ନୋଟରେ ସାକ୍ଷୀ ଲେଖିଛନ୍ତି, ‘ ଆମେ ଦୁହେଁ ତୁମକୁ ଆଉ କୌଣସି ଟେନସନ୍ ଦେବାକୁ ଚାହୁଁନାହୁଁ। ସେଥିପାଇଁ ଆମେ ଏହି ଦୁନିଆ ଛାଡି ଯାଉଛୁ। ତୁମେ ଏଥର ଶାନ୍ତି ବଞ୍ଚିବ। ଆମର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ଏଥିପାଇଁ କେବଳ ଆମେ ହିଁ ଦାୟୀ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe