ଘରୁ ୪୭ଲକ୍ଷ ଟଙ୍କା ନେଇ ୧୩ବର୍ଷ ସାନ ରିକ୍ସାବାଲା ସହିତ ଫେରାର ହୋଇଗଲେ ମହିଳା

Advertisment
ଘରୁ ୪୭ଲକ୍ଷ ଟଙ୍କା ନେଇ ୧୩ବର୍ଷ ସାନ ରିକ୍ସାବାଲା ସହିତ ଫେରାର ହୋଇଗଲେ ମହିଳା

Lokmat.com

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ସମ୍ଭ୍ରାନ୍ତ ପରିବାରର ୪୫ବର୍ଷୀୟ ମହିଳା ନିଖୋଜ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖୋ‌ଜାଖୋଜି ପରେ ଜଣାପଡ଼ିଲା କି ମହିଳା ନିଜ ଠାରୁ ୧୩ବର୍ଷ ସାନ ୩୨ବର୍ଷର ଜ‌ଣେ ରିକ୍ସା ଚାଳକଙ୍କ ସହିତ ଫେରାର ହୋଇଯାଇଥିଲେ। କେବଳ ଏତିକି ନୁହେଁ ଫେରାର ହେବା ସମୟରେ ସେ ଘରୁ ୪୭ଲକ୍ଷ ଟଙ୍କା ଓ ଅଳଙ୍କାର ଚୋରାଇ ନେଇଥିଲେ। ପରିବାରଲୋକ ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ।

मध्य प्रदेश पुलिस

ପ୍ରକାଶିତ ରିପୋର୍ଟ ମୁତାବକ, ହାଜି କଲୋନି ଖଜରାନାରୁ ଏକ ସମ୍ଭ୍ରାନ୍ତ ପରିବାରରୁ ଜଣେ ମହିଳା ନିଖୋଜ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମହିଳା ଘରୁ ୮ଦିନ ହେବ ନିଖୋଜ ଥିଲେ। ଏହାପରେ ମହିଳାଙ୍କ ସ୍ବାମୀ ପୁଲିସରେ ଅଭିଯୋଗ କରିଥିଲେ।

ପୁଲିସ ମହିଳାଙ୍କୁ ଫୋନ କରିଥିଲା, ହେଲେ ମହିଳାଙ୍କ ଫୋନ ସୁଇଜଅଫ ଥିଲା। ଏହାପରେ ସନ୍ଦେହ ଅଧିକ ବଢ଼ି ଯାଇଥିଲା। ପ୍ରାଥିମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା କି ମହିଳାଙ୍କ ଜ‌ଣେ ରିକ୍ସା ଚାଳକଙ୍କ ସହିତ ସମ୍ପର୍କ ଥିଲା। କିଛିଦିନ ହେବ ପରିବାର ଲୋକ ଜମି ବିକ୍ରି କରି ୪୭ଲକ୍ଷ ଟଙ୍କା ଅଲମିରାରେ ରଖିଥିଲେ। ଆଉ ଏହି ଆଲମିରା ଚାବି ମହିଳାଙ୍କ ପାଖରେ ଥିଲା। ସେ ସୁଯୋଗ ଦେଖି ଉକ୍ତ ଟଙ୍କା ଓ ଆଉ କିଛି ଅଳଙ୍କାରକୁ ଧରି ରିକ୍ସାବାଲା ସହିତ ଫେରାର ହୋଇଯାଇଥିଲେ। ପୁଲିସ ଦୁହିଁଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe