ଅସଦାଚରଣ ଉଦ୍ୟମ ମହଙ୍ଗା ପଡ଼ିଲା : ଯୁବକଙ୍କୁ ପରିଶ୍ରା ପିଆଇଲେ ପୀଡ଼ିତା ଓ ଅନ୍ୟ ମହିଳା, ଅବସ୍ଥା ଗୁରୁତର

ଅସଦାଚରଣ ଉଦ୍ୟମ ମହଙ୍ଗା ପଡ଼ିଲା : ଯୁବକଙ୍କୁ ପରିଶ୍ରା ପିଆଇଲେ ପୀଡ଼ିତା ଓ ଅନ୍ୟ ମହିଳା, ଅବସ୍ଥା ଗୁରୁତର

ସହାରନ୍‌ପୁର: ସହାରନ୍‌ପୁରରେ ଅସଦାଚରଣର ଦଣ୍ଡ ସ୍ବରୂପ ଜଣେ ଯୁବକକୁ କିଛି ଯୁବତୀ ମିଶି ପରିଶ୍ରା ପିଆଇଥିବା ଘଟଣା ସାମ୍ନାକୁ ଆସିଛି। ଜୋରଜବରଦସ୍ତି ଯୁବତୀଙ୍କ  ପରିଶ୍ରା ପିଇବା ପରେ ଯୁବକଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିଥିଲା। ସେଥିପାଇଁ ସେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରିଥିଲେ। ବିଷ ପିଇବା ପରେ ଯୁବକଙ୍କ ଶରୀରାବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ଜୀବନ ଓ ମରଣ ସହ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ସହାରନପୁର ଜନପଦ ନଗର କୋତବାଲି ଅଞ୍ଚଳସ୍ଥିତ ରାକେଶ ଟକିଜ ଇନ୍ଦ୍ର କଲୋନିରେ ଘଟିଛି। ହୋଲି ଦିନ ଅର୍ଥାତ ଫେବ୍ରୁଆରି ୨୮ ତାରିଖରେ ସୁରଜ କଲୋନି ନିକଟରେ ଥିବା ଏକ ଢ଼ାବାରେ ବସି ଖାଉଥିଲା। ସେହି ସମୟରେ ସେହି କଲୋନିରେ ରହୁଥିବା ଜଣେ ମହିଳା ଛୋଲେ ନେବାକୁ ପହଞ୍ଚିଥିଲେ। ସେଠାରେ ସୁରଜ ମହିଳାଙ୍କ ସହିତ ଅସଦାଚରଣ କରିଥିଲା। ଫଳରେ ଢ଼ାବାରେ ଥିବା କିଛି ଲୋକ ସୁରଜଙ୍କ କବଳରୁ ମହିଳାଙ୍କୁ ଛଡ଼ାଇ ଘରକୁ ପଠାଇ ଦେଇଥିଲେ ଏବଂ ସୁରଜକୁ ମାଡ ମାରିଥିଲେ।

publive-image

ଏହି ଘଟଣାକୁ ନେଇ ପଞ୍ଚାୟତ ବି ବସିଥିଲା। ପଞ୍ଚାୟତରେ ଲୋକମାନେ ସୁରଜକୁ ମାରଧର କରିବା ପରେ କିଛି ମହିଳା ମିଶି ଏକ ବାଲଟିରେ ନିଜ ପରିଶ୍ରା ରଖି ସୁରଜକୁ ଜୋରଜବରଦସ୍ତି ପିଆଇଥିଲେ । ମହିଳାଙ୍କଠାରୁ ଏଭଳି ଅପମାନ ପାଇବା ପରେ ସୁରଜ ସେହିଦିନ ରାତିରେ ଘରକୁ ଆସି ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା। ଫଳରେ ତାର ଅବସ୍ଥା ଗୁରୁତର ହୋଇଥିଲା, ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ତାକୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲୁ ବୋଲି ସୁଜରଙ୍କ ମା’ କହନ୍ତି।

ପୁଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ହସ୍‌ପିଟାଲ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe