Democratic Accent
ନଗୌର : କିଛି ଦିନ ତଳେ ରାଜସ୍ଥାନର ଅଲଓ୍ଵରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ୫ଜଣ ଯୁବକ ଦୁଷ୍କର୍ମ କରିଥିବାର ଖବର ମିଳିଥିଲା। ମାମଲାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ପୁଣି ଥରେ ରାଜସ୍ଥାନର ନଗୌରରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଛି । ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।
IndiaTodayପୁଲିସ ଦେଇଥିବା ସୂଚନା ମୁତାବକ, ଘରକୁ ଗ୍ୟାସ୍ ସଂଯୋଗ କରିବା ନେଇ ପୀଡ଼ିତା ଅଫିସରେ ପହଞ୍ଚିବା ପରେ ସେଠାରେ ଦୁଇ ଯୁବକ ଉପସ୍ଥିତ ଥିଲେ । କିଛି ସମୟ କଥା ହେବା ପରେ ଦୁଇ ଯୁବକ ପୀଡ଼ିତାଙ୍କୁ ଗାଡ଼ିରେ କୁଚାମନ ନେଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ନିଶା ଜିନିଷ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଦୁଇ ଅଭିଯୁକ୍ତ । ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ପରେ ବାରମ୍ବାର ଦେଖା କରିବାକୁ ଚାପ ପକାଇଥିଲେ । ପୀଡ଼ିତା ମନା କରିବାରୁ ଅଭିଯୁକ୍ତମାନେ ଅଶ୍ଲୀଳ ଭିଡିଓ ସେୟାର କରିବାର ଧମକ ଦେଇଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ନିଜ ସ୍ୱାମୀଙ୍କୁ ସବୁ ଜଣାଇଥିଲେ । ଯାହା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା ।
Follow Us