ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି‌ନେଲେ

Advertisment
ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି‌ନେଲେ

ଖଣ୍ଡଗିରି: ମଙ୍ଗଳବ‌ାର ଅପରାହ୍ଣରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ଓଭରବ୍ରିଜ୍ ଉପରେ ଦୁର୍ବୃତ୍ତମାନେ ଜଣେ ଯୁବତୀଙ୍କଠାରୁ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେବାବେଳେ ଯୁବତୀ ଜଣଙ୍କ ସ୍କୁଟିରୁ ପଡ଼ି ଆହତ ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ହେଲେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ସ୍ମୃତିଲକ୍ଷ୍ମୀ ପ୍ରିୟଦର୍ଶିନୀ। ଲୁଟ୍ ହୋଇଥିବା ବ୍ୟାଗ୍‌ରେ ମୋବାଇଲ୍‌, କିଛି ଟଙ୍କା, ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ଜରୁରି କାଗଜପତ୍ର ଥିଲା। ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି। ସୂଚନାନୁସାରେ, ଅପରାହ୍ଣ ପ୍ରାୟ ୩ଟା ବେଳେ ସ୍ମୃତି ତାଙ୍କ ସ୍କୁଟି ଯୋଗେ ଖଣ୍ଡଗିରିରୁ ଖୋର୍ଧା ଯାଉଥିବା ବେଳେ ତମାଣ୍ଡୋ ନିକଟରେ ୨ଜଣ ବାଇକ୍‌ ଆରୋହୀ ତାଙ୍କ ଭ୍ୟାନିଟି ବ୍ୟାଗ୍‌ ଟାଣି ନେଇ ଦ୍ରୁତ ବେଗରେ ଖୋର୍ଧା ଦିଗରେ ପଳାଇଥିଲେ। ଫଳରେ ସେ ଭାରସାମ୍ୟ ହରାଇ ସ୍କୁଟି ସହ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ସେ ସାମାନ୍ୟ ଖଣ୍ଡିଆଖାବରା ହୋଇଥିଲେ ବି ବଡ଼ଧରଣର କ୍ଷତିରୁ ବର୍ତି ଯାଇଥିଲେ। କୌଣସିମତେ ସେ ହସ୍ପିଟାଲ ଯାଇ ପ୍ରାଥମିକ ଚିକିତ୍ସା କରାଇବା ପରେ ସନ୍ଧ୍ୟାରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe