ବିବାହ ପରଦିନ ବଧୂଙ୍କୁ ହତ୍ୟା ପରେ ଜୀବନ ହାରିଥିଲେ ବର

Advertisment

ବିବାହ ପରଦିନ ନବଦମ୍ପତିଙ୍କ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ବର କନ୍ୟାଙ୍କ ଗଳା ଚିପି ହତ୍ୟା କରିଥିବା ପରେ ନିଜେ ଫାଶୀ ଦେଇ ଜୀବନ ହାରି ଦେଇଥିଲେ।

ବିବାହ ପରଦିନ ନବଦମ୍ପତିଙ୍କ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ବର କନ୍ୟାଙ୍କ ଗଳା ଚିପି ହତ୍ୟା କରିଥିବା ପରେ ନିଜେ ଫାଶୀ ଦେଇ ଜୀବନ ହାରି ଦେଇଥିଲେ।

l;kl;kl;

ନୂଆଦିଲ୍ଲୀ: ଅଯୋଧ୍ୟାର ସହାଦତଗଞ୍ଜ ମୁରାବନ ଟୋଲାରୁ ମାର୍ଚ୍ଚ ୭ ତାରିଖରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। 

ମାର୍ଚ୍ଚ ୭ ତାରିଖରେ ବିବାହ ସରିଥିବା ବେଳେ ରବିବାର ଅର୍ଥାତ ମାର୍ଚ୍ଚ ୯ ତାରିଖରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। କିନ୍ତୁ ଚତୁର୍ଥୀ ପୂର୍ବରୁ ବର ଓ କନ୍ୟାଙ୍କ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବର-ବଧୂଙ୍କ କିପରି ଓ କେଉଁ କାରଣରୁ ବିବାହ ପରଦିନ ମୃତ୍ୟୁ ହେଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଉଭୟଙ୍କ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ବର କନ୍ୟାଙ୍କ ଗଳା ଚିପି ହତ୍ୟା କରିଥିବା ପରେ ନିଜେ ଫାଶୀ ଦେଇ ଜୀବନ ହାରି ଦେଇଥିଲେ।

ବର ପ୍ରଦୀପ କାହିଁକି ବିବାହ ପରଦିନ ବଧୂ ଶିବାନୀଙ୍କ ଜୀବନ ନେଇଗଲେ ସେନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe