କି କରୁଣ ଦୃଶ୍ୟ; କରୋନାରେ ମୃତ୍ୟୁ ପରେ ସାହାଯ୍ୟ ନମିଳିବାରୁ ବ୍ୟାଗ୍‌ରେ ଭର୍ତ୍ତି କରି ମା’ର ମୃତଦେହକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲା ପୁଅ

Advertisment
କି କରୁଣ ଦୃଶ୍ୟ; କରୋନାରେ ମୃତ୍ୟୁ ପରେ ସାହାଯ୍ୟ ନମିଳିବାରୁ ବ୍ୟାଗ୍‌ରେ ଭର୍ତ୍ତି କରି ମା’ର ମୃତଦେହକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲା ପୁଅ

Deccan Herald

ମୁମ୍ବାଇ: ମୁମ୍ବାଇରେ ବିଏମସିର ଏକ ଡାକ୍ତରଖାନାରେ କର୍ମଚାରୀଙ୍କ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବାଳକ ନିଜ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୁରାଇ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆସିଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ବାଳକଙ୍କ ପିତା କରୋନାରେ ପୀଡିତ ଥିଲେ। ଜୁନ୍‌ ୩୦ ରେ ଉକ୍ତ ବାଳକଙ୍କ ମା’ଙ୍କ ଶରୀରରେ ବି କରୋନା ଲକ୍ଷଣ ଦେଖା ଦେଇଥିଲା। ଏହାପରେ ତାଙ୍କୁ ବିଏମସି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

କୁନାଲଙ୍କ କହିବାନୁସାରେ, ମା’ଙ୍କ ମୃତ୍ୟୁ ପରେ ତାଙ୍କ ପାଖକୁ ତୁରନ୍ତ ଡାକ୍ତରଖାନାରୁ କଲ ଆସିଥିଲା। ସେ ଡାକ୍ତରଖାନାରେ ପହଞ୍ଚିବା ପରେ ବିଏମସି କର୍ମଚାରୀ ତାଙ୍କୁ କହିଥିଲେ ଯେ ତାଙ୍କ ମା’ଙ୍କ ମୃତଦେହକୁ ତଳ ମହଲା ପର୍ଯ୍ୟନ୍ତ ନେବାକୁ ପଡ଼ିବ। କୁନାଲ ଏଥିପାଇଁ ଯେତେବେଳେ ଡାକ୍ତରଖାନା ପ୍ରଶାସନର ସାହାଯ୍ୟ ଲୋଡିଥିଲେ, କେହି ସାହାଯ୍ୟ କରିବାକୁ ପ୍ରସ୍ତୁତ ନଥିଲେ। ଡାକ୍ତରଖାନା କର୍ମଚାରୀମାନେ ବିଛଣାରୁ ଷ୍ଟ୍ରେଚର ପର୍ଯ୍ୟନ୍ତ ଶବ ନେବାକୁ ମଧ୍ୟ ରାଜି ନଥିଲେ। ଶେଷରେ କୁନାଲ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହାୟତାରେ ମା’ଙ୍କ ମୃତଦେହକୁ ଏକ ହ୍ୟାଣ୍ଡବ୍ୟାଗ୍‌ରେ ପୂରାଇ ତଳ ମହଲା ଏବଂ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆଣିଥିଲେ।

मुंबई: बैग में डालकर एंबुलेंस तक ले ...

କୁନାଲ ହେଉଛନ୍ତି ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ। ତାଙ୍କ ପିତା ମଧ୍ୟ କରୋନାରେ ପୀଡିତ ହୋଇ ଅନ୍ୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe