ପାଣି ଟାଙ୍କି ଉପରେ  ରିଲ୍ସ କରୁଥିବା ବେଳେ ତଳେ ପଡ଼ିଗଲେ ଯୁବକ, ହେଲା ମୃତ୍ୟୁ

Advertisment

ଉତ୍ତରପ୍ରଦେଶର ମେରଠରେ ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ସାଉଁଟିବା ପାଇଁ ଚାହୁଁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ପାଣି ଟାଙ୍କି ଉପରେ ଚଢ଼ି ରିଲ୍ସ କରୁଥିବା ବେଳେ ଖସିପଡ଼ିଲେ।

ଉତ୍ତରପ୍ରଦେଶର ମେରଠରେ ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ସାଉଁଟିବା ପାଇଁ ଚାହୁଁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ପାଣି ଟାଙ୍କି ଉପରେ ଚଢ଼ି ରିଲ୍ସ କରୁଥିବା ବେଳେ ଖସିପଡ଼ିଲେ।

tyhrt

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମେରଠରେ ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ସାଉଁଟିବା ପାଇଁ ଚାହୁଁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ସିଭିଲ ଲାଇନ ଥାନା ଅଞ୍ଚଳର ବାସିନ୍ଦା ଅନିକେତ ତାଙ୍କ ମାମୁଁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଅନିକେତଙ୍କ ରିଲ୍ସ ପ୍ରତି ଖୁବ ଦୁର୍ବଳତା ରହିଛି। ମାମୁଁ ଘର ଗାଁର କିଛି ସାଙ୍ଗଙ୍କ ସହ ମିଶି ରିଲ୍ସ ପାଇଁ ଅନିକେତ ଏକ ଉଚ୍ଚପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ।

ଏଠାରେ ସେ ରିଲ୍ସ କରୁଥିବା ବେଳେ ଭାରସାମ୍ୟ ହରାଇ ପାଣି ଟାଙ୍କିରୁ ତଳକୁ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ଅନିକେତଙ୍କ  ଶରୀରର ଅନେକ ସ୍ଥାନର ହାଡ ଭାଙ୍ଗି ଯାଇଥିଲା। ଡାକ୍ତରମାନେ ଅନିକେତଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ଯାଞ୍ଚରୁ ଜଣାପଡ଼ିଛି, ‘ରିଲ୍ସ କରୁଥିବା ବେଳେ ଅନିକେତ ମଦ ନିଶାରେ ଥିଲେ। ତେଣୁ ସେ ନିଜ ଉପରେ ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ଫଳରେ ପାଣି ଟାଙ୍କିରୁ ତଳେ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe