ଯୁବକଙ୍କୁ ସଂଗବଦ୍ଧ ପ୍ରାଣାନ୍ତକ ଆକ୍ରମଣ, ଚମ୍ପଟ ମାରିଲେ ଅଭିଯୁକ୍ତ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତରଅଁଳା ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ନିକଟରେ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେ କୌଣସି ଏକ କଥାକୁ କେନ୍ଦ୍ର କରି ବଚସା ଓ ପରେ ପରେ ସଙ୍ଗ ବଦ୍ଧ ଭାବେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତରଅଁଳା ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ନିକଟରେ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେ କୌଣସି ଏକ କଥାକୁ କେନ୍ଦ୍ର କରି ବଚସା ଓ ପରେ ପରେ ସଙ୍ଗ ବଦ୍ଧ ଭାବେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ

betonati

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତରଅଁଳା ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ନିକଟରେ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେ କୌଣସି ଏକ କଥାକୁ କେନ୍ଦ୍ର କରି ବଚସା ଓ ପରେ ପରେ ସଙ୍ଗ ବଦ୍ଧ ଭାବେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତl ଗୁରୁତର ଆହତ ଯୁବକ ଜଣକ ହେଲେ ବୈଶିଙ୍ଗା ଥାନା ଅଧୀନ ତେନ୍ତୁଳିଗାଁ ଗ୍ରାମର ରତିକାନ୍ତ ପଣ୍ଡାଙ୍କ ୩୦ ବର୍ଷୀୟ ପୁଅ ବାବୁ ଓରଫ ଗିରିଜାଶଙ୍କର ପଣ୍ଡାl

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ମୁତାବକ ଗୁରୁତର ଆହତ ହୋଇଥିବା ଗିରିଜାଶଙ୍କର ନିଜର କିଛି ସାଙ୍ଗସାଥି ସନ୍ଧ୍ୟା ସମୟରେ ବ୍ୟାଙ୍କ ଅଫ ଇଣ୍ଡିଆ ପାର୍ଶ୍ଵରେ ଛିଡ଼‌ା ହୋଇଥିଲେl ଏହି ସମୟରେ ଦୁଇଟି କାର ଯୋଗେ ଏକାଧିକ ଯୁବକ ସଂଘବଦ୍ଧ ହୋଇ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ ଓ ଗିରିଜାଶଙ୍କରଙ୍କ ସହ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ନିଶା ଶକ୍ତ ଅବସ୍ଥାରେ ଥିବା କିଛି ଯୁବକ କାରରେ ଥିବା ଲୁହାରଡ ଏବଂ ହାତୁଡି କାଢି ଅକଥନୀୟ ଭାବେ ଗିରିଜାଶଙ୍କରଙ୍କ ମୁଣ୍ଡରେ ଅତର୍କିତ ପ୍ରହାର କରି ରକ୍ତାକ୍ତ କରିଦେଇଥିଲେ ଓ ସଙ୍ଗେ ସଙ୍ଗେ କାର ଯୋଗେ ଫେରାର ହୋଇଯାଇଥିଲେ।

ନିଶା ଶକ୍ତ ଅବସ୍ଥାରେ ଥିବା କିଛି ଯୁବକ କାରରେ ଥିବା ଲୁହାରଡ ଏବଂ ହାତୁଡି କାଢି ଅକଥନୀୟ ଭାବେ ଗିରିଜାଶଙ୍କରଙ୍କ ମୁଣ୍ଡରେ ଅତର୍କିତ ପ୍ରହାର କରି ରକ୍ତାକ୍ତ କରିଦେଇଥିଲେ ଓ ସଙ୍ଗେ ସଙ୍ଗେ କାର ଯୋଗେ ଫେରାର ହୋଇଯାଇଥିଲେ।

ଗୁରୁତର ଗିରିଜା ଶଙ୍କରଙ୍କୁ ସ୍ଥାନୀୟ ଲୋକ ଏବଂ ପରିବାର ବର୍ଗ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ l ସେଠାରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe