ସ୍ତ୍ରୀ ଓ ଶଶୁର ଘରର ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ ଯବାନ

ସ୍ତ୍ରୀ ଓ ଶଶୁର ଘରର ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ ଯବାନ

bhaskar

ପୁଣେ: ପତ୍ନୀ ଓ ଶଶୁର ଘରର ନିର୍ଯାତନାରେ ଅତିଷ୍ଠ ହୋଇ ପୁଣେ ସହରରେ ଭାରତୀୟ ସେନାର ଜଣେ ଯବାନ ଜୀବନ ହାରିଛନ୍ତି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାମ ଗୋରଖ ନାନାଭାଉ ଶୋଲାର ବୋଲି ଜଣାପଡିଛି। ସେ ସେନାର ଏକ ମେଡିକାଲ କଲେଜରେ ନର୍ସିଂ ସହାୟକ ଭାବେ କାର୍ଯ୍ୟରତ ଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଯବାନଜଣକ ଭିଡିଓ ବନାଇ ଆତ୍ମହତ୍ୟାର କାରଣ ଲେଖିଛନ୍ତି। ପୁଲିସ ଆତ୍ମହତ୍ୟା ନୋଟ୍ ଓ ଭିଡିଓକୁ ଆଧାର କରି ଯବାନଙ୍କ ପତ୍ନୀ ଓ ଶଶୁର ସମେତ ଚାରି ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ପୁଲିସ ଅଶ୍ଵିନୀ ଯୁବରାଜ ପାଟିଲ, ଯୁବରାଜ ପାଟିଲ, ସଂଗୀତା ଯୁବରାଜ ପାଟିଲ, ଯୋଗେଶ ପାଟିଲ ଓ ଭାଗ୍ୟଶ୍ରୀ ପାଟିଲଙ୍କ ବିରୋଧରେ ଓ୍ଵାନାଭଡି ଥାନାରେ ମାମଲା ରୁଜୁ କରିଛି। ଯବାନଙ୍କ ଭାଇ କେଶବ ପାଟିଲ ମାମଲା ଦାୟର କରିଛନ୍ତି। କେଶବ ପାଟିଲ ଅଭିଯୋଗ କରିଛନ୍ତି, ମୋ ଭାଇ ବାହାଘରର ମାତ୍ର ଏକବର୍ଷ ଭିତରେ ହିଁ ଆତ୍ମହତ୍ୟା କରିଛି। ଫେବ୍ରୁଆରି ୧୬, ୨୦୨୧ରୁ ଫେବ୍ରୁଆରି ୬, ୨୦୨୨ ପର୍ଯ୍ୟନ୍ତ ମୋ ଭାଇଙ୍କ ସ୍ତ୍ରୀ ଅଶ୍ଵିନୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ। ଅଶ୍ଵିନୀଙ୍କ ଘର ଲୋକ ବି ଗୋରଖଙ୍କୁ ହଇରାଣ କରୁଥିଲେ। ତାଙ୍କ ବିରୋଧରେ ପାରିବାରିକ ହିଂସାର ଧାରା ଅନୁସାରେ ମାମଲା ରୁଜୁ କରିବାର ଧମକ ଦେଇ ୧୫ ଲକ୍ଷ ଟଙ୍କା ମାଗୁଥିଲେ। କ୍ରମାଗତ ମାନସିକ ଓ ଶାରୀରିକ ନିର୍ଯାତନାରେ ଅତିଷ୍ଠ ହୋଇ ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏତଲା ରୁଜୁ ପରେ ଓ୍ଵାନାଭଡି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe