ହୀରାକୁଦ (ସୁରେନ୍ଦ୍ର କୁମାର ବିଶ୍ବାଳ):ସମ୍ବଲପୁର ଉପକଣ୍ଠରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ହୀରାକୁଦ ନିକଟ କ୍ଷେତରାଜପୁର ଥାନା ଅଧୀନ ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ ପାଖରେ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଅଭୟ କୁମାର ଦାସ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ ହୀରାକୁଦ ଆଇଟିଆଇ ଅଞ୍ଚଳର ଅଭୟ କୁମାର ଦାସ ଗତକାଲି ଅପରାହ୍ଣରେ ସମ୍ବଲପୁର ଯାଇଥିଲେ। ତାଙ୍କର ବଡ଼ବାପାଙ୍କର ଏକ ଘରୋଇ ହସ୍ପିଟାଲରେ ଅପରେସନ୍ ହୋଇଥିବାରୁ ସେ ଭେଟିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଫୋନ୍ କଲ ଆସିଥିଲା। ଶେଷରେ ଫୋନ୍ କଲ କରିଥିବା ବ୍ୟକ୍ତିଙ୍କ ପାଖକୁ ଅଭୟ ଯାଇଥିଲେ। ସେବେ ଠାରୁ ସେ ଆଉ ଘରକୁ ଫେରି ନଥିଲେ। ଆଜି ଅପରାହ୍ଣରେ ଅଭୟଙ୍କର ମୃତଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ: Youth Beaten To Death: ବୋହୂ ସାମ୍ନାରେ ପୁଅକୁ ହତ୍ୟା କଲେ ବାପା ଓ ମା’
କାଲୁ ବାହାଦୂରକୁ ହତ୍ୟା
ହୀରାକୁଦ ପଥର ଲାଇନ୍ ନିକଟ ସବଷ୍ଟେସନ ପଡ଼ା ଅଞ୍ଚଳରେ କାଲୁ ବାହାଦୂରକୁ (୩୦)କୁ ଗତମାସ ୩ ତାରିଖରେ ହତ୍ଯା କରାଯାଇଥିଲା।କାଲୁ ଷ୍ଟୋରଛକ ପଟୁ ଦୁର୍ଗାମନ୍ଦିରକୁ ଯାଉଥିବା ସମୟରେ ସବଷ୍ଟେସନପଡ଼ା ନିକଟରେ ସଙ୍ଘବଦ୍ଧ ଭାବେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ସିମେଣ୍ଟ ଇଟା ବ୍ଲକରେ ଆକ୍ରମଣ କରାଯିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଏହା ଯୋଜନା ବଦ୍ଧ ଭାବେ ଆକ୍ରମଣ କାଲୁ ବାହାଦୂରର ସାଙ୍ଗ ସତ୍ୟ ରଞ୍ଜନ ଧଳ ବାଇକର ପଛ ପଟେ ବସିଥିବା ବେଳେ ତାକୁ ମଧ୍ଯ ଆକ୍ରମଣ ହୋଇଥିଲା ସେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଆହତ ହୋଇଦୌଡି ପଳାଇଥିଲେ। ପରେ ସତ୍ୟଙ୍କୁ ଉଦ୍ଧାର କରାଯାଇ ଭିମସାରରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ସେହି ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି କିଛି ସୁରାକ୍ ପାଇଥିଲା। ପୁର୍ବ ଶତ୍ରୁତାକୁ ନେଇ ଏହି ଘଟଣାଟି ହୋଇଥିବା ନେଇ ପୁଲିସ୍ ଅନୁମାନ କରିଥିଲା। ପରେ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିଲା।
ଆହୁରି ପଢ଼ନ୍ତୁ: School GirlCarrying Cylinder: ମୁଣ୍ଡରେ ସିଲିଣ୍ଡର, ପିଠିରେ ସ୍କୁଲ୍ ବ୍ୟାଗ: ଛାତ୍ରୀଙ୍କ ଭିଡିଓ ଭାଇରାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/09/murder-2025-12-09-16-15-23.jpg)