ନୂଆଦିଲ୍ଲୀ: ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ୟୁଜରଙ୍କୁ ବେଶ୍ ଭାବପ୍ରବଣ କରିଛି। ୨୮ ସେକେଣ୍ଡର ଏହି ଭାଇରାଲ କ୍ଲିପ୍ରେ ଜଣେ ଛାତ୍ରୀଙ୍କୁ ଦୁଇଟି ଦାୟିତ୍ୱ ତୁଲାଉଥିବାର ଦେଖାଯାଇଛି। କମ୍ ବୟସରେ ଛାତ୍ରୀଙ୍କ ଉପରେ ବୋଝ ଲଦି ହୋଇ ଯାଇଥିବା ନେଇ ୟୁଜର ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ X ହ୍ୟାଣ୍ଡେଲ @dineshwar_0673 ରୁ ସେୟାର କରାଯାଇଥିବା ଏହି ଭିଡିଓରେ, ଜଣେ ସ୍କୁଲ ଛାତ୍ରୀ ତାଙ୍କ ମୁଣ୍ଡରେ ଏକ ଗ୍ୟାସ ସିଲିଣ୍ଡର ଧରିଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି, ତାଙ୍କ ସ୍କୁଲ୍ ବ୍ୟାଗ ପିଠିରେ ଝୁଲି ରହିଛି। ଏହି ଭିଡିଓ କେବେ ଏବଂ କେଉଁଠାରେ ରେକର୍ଡ ହୋଇଛି ସେ ବିଷୟରେ କୌଣସି ସୂଚନା ନାହିଁ। ଲୋକମାନେ ଝିଅଟି ପାଇଁ ଯେଉଁ ସମ୍ବେଦନଶୀଳତା ସହିତ ଚିନ୍ତା ପ୍ରକାଶ କରିଛନ୍ତି ତାହା ଦର୍ଶାଉଛି ଯେ ମାନବିକ ମୂଲ୍ୟବୋଧ ଏବେ ବି ରହିଛି।
ଭିଡିଓଟି ଦେଖିଲେ ଲାଗୁଛି ଯେ, ଏହି ଛାତ୍ରୀ ଜଣକ ସ୍କୁଲରୁ ଫେରୁଛନ୍ତି। ଯେତେବେଳେ ସେ କାନ୍ଧରେ ଶିକ୍ଷାର ଭାର ବହନ କରୁଛନ୍ତି, ତାଙ୍କ ମୁଣ୍ଡରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ବୋଝ ଉପରେ ନଳିତା ବିଡ଼ା ଦାୟିତ୍ୱର କାହାଣୀ କହୁଛି। ଛାତ୍ରୀ ଜଣକ ଯେପରି ଭିଡ଼ ରାସ୍ତାରେ ଆତ୍ମବିଶ୍ୱାସର ସହିତ ଚାଳୁଛନ୍ତି ତାହା ତାଙ୍କ ଦୈନନ୍ଦିନ ଜୀବନର ସଂଘର୍ଷକୁ ପ୍ରକାଶିତ କରୁଛି। ତାଙ୍କ ମନରେ ଶୀଘ୍ର ଘରକୁ ଯିବାର ଚିନ୍ତା ନାହିଁ।ସେ ନିର୍ବିକାର ଭାବରେ ଗନ୍ତବ୍ୟସ୍ଥଳ ଆଡକୁ ଅଗ୍ରସର ହେଉଛନ୍ତି।
जिनको कंधो मे जिम्मेदारी होता है सब मोहमाया खत्म हो जाता है
— dineshwar patel (@dineshwar_0673) December 7, 2025
चाहे लड़का हो या लड़की सबको अपना अपना घर का जिमेदारी निभाना पड़ता है pic.twitter.com/br3y0bgYZx
ଦାରିଦ୍ର୍ୟ ପିଲାଙ୍କ ଶୈଶବ ଛଡ଼ାଇ ନେଉଛି
ଏହି ହୃଦୟସ୍ପର୍ଶୀ ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବାପରେ ଏନେଇ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ଜଣେ ୟୁଜର କହିଛନ୍ତି,ଏହା ଦର୍ଶାଉଛି ଯେ ଦାରିଦ୍ର୍ୟ ପିଲାମାନଙ୍କ ଶୈଶବକୁ ଛଡ଼ାଇ ନେଉଛି। ଅନ୍ୟ ଜଣେ କହିଛନ୍ତି, ଦାୟିତ୍ୱ ବୟସ ଦେଖି ନଥାଏ। କିନ୍ତୁ ସମାଜ ନିଶ୍ଚିତ ଭାବରେ ଦେଖିବା ଉଚିତ୍। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, କୌଣସି ପିଲା ଏପରି ସ୍ଥିତିର ସମ୍ମୁଖୀନ ନ ହୁଅନ୍ତୁ।
ଆହୁରି ପଢ଼ନ୍ତୁ:Saurabh Luthra's Journey: ଇଞ୍ଜିନିୟରିଂ ଛାଡ଼ି ରୋମିଓ ଲେନ୍ ଆରମ୍ଭ କରିଥିଲେ, ଏବେ ୪ଟି ଦେଶକୁ ଲମ୍ବିଛି ବ୍ୟବସାୟ
କେତେକ ୟୁଜର ଛାତ୍ଙ୍କରୀର ମନୋବଳ ଏବଂ ସଂଘର୍ଷକୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର କହିଛନ୍ତି, ଛାତ୍ରୀ ଲକ୍ଷ ଲକ୍ଷ ଯୁବକଙ୍କ ପ୍ରତୀକ, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ମାନି ନାହାଁନ୍ତି। ମୁଁ ତାଙ୍କ ସାହସକୁ ସାଲ୍ୟୁଟ୍ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/09/student-with-cylinder-on-head-school-bag-on-back-2025-12-09-16-09-07.jpg)