ପାନାଜୀ: ଉତ୍ତର ଗୋଆର ଅର୍ପୋରାରେ ‘ବର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ୨୫ଜଣଙ୍କ ଜୀବନ ଯାଇଛି। ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏହାର ମାଲିକ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡ଼ି ଥାଇଲାଣ୍ଡ ପଳାଇଛନ୍ତି। ଡିସେମ୍ବର ୭ ସକାଳ ୫ଟା ୩୦ରେ ଲୁଥ୍ରା ଭ୍ରାତା ଦିଲ୍ଲୀରୁ ଫୁକେତ୍କୁ ଇଣ୍ଡିଗୋ ବିମାନ ନମ୍ବର (୬ଇ୧୦୭୩)ରେ ପଳାଇଛନ୍ତି ବୋଲି ଜଣାପଡ଼ିଛି। ପୁଲିସ ଦିଲ୍ଲୀସ୍ଥିତ ସେମାନଙ୍କ ବାସଭବନରେ ପହଞ୍ଚିବା ପରେ ଏବିଷୟରେ ଜଣାପଡ଼ିଛି। ତେବେ ଏହି ଘଟଣାରେ ଏବେ ଦେଶରେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହାର ମାଲିକ ସୌରଭ ଲୁଥ୍ରା କିଭଳି ଏତେ ବଡ଼ ବ୍ୟବସାୟୀ ହେଲେ ତାହା ସାମ୍ନାକୁ ଆସିଛି।
ଇଞ୍ଜିନିୟରରୁ କ୍ଲବର ମାଲିକ। ଭାରତର ରାଜଧାନୀ ଦିଲ୍ଲୀରେ ଏକ ମଧବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସୌରଭ ଲୁଥ୍ରା। ନିଜର ଅଦମ୍ୟ ସାହାସ ବଳରେ ସେ ହୋଇପାରିଥିଲେ ଗୋଆର ନାମୀଦାମୀ କ୍ଲବର ମାଲିକ। କେବଳ ରଙ୍ଗିନ ଚଷମା ସେ ପିନ୍ଧୁନଥିଲେ ବରଂ ନିଜେ ଦେଖିଥିବା ରଙ୍ଗୀନ ସ୍ବପ୍ନକୁ ମଧ୍ୟ ସାକାର କରିବାର ସାମର୍ଥ୍ୟ ତାଙ୍କ ପାଖରେ ଥିଲା। କିନ୍ତୁ ତାଙ୍କର ଏହି ସଫଳତା ଉପରେ କାହାର ନଜର ଲାଗିଯାଇଛି। ଶନିବାର ଦିନ ଗୋଆରେ ଥିବା ତାଙ୍କ ନାଇଟ୍ କ୍ଲବ ‘ବର୍ଚ ବାଏ ରୋମିଓ ଲେନ୍’ରେ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ୫ ଜଣ ପର୍ଯ୍ୟଟକଙ୍କ ସମେତ ୨୫ଜଣ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ପୋଲିସ ଏବେ କ୍ଲବର ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ସୌରଭ ଜଣେ ଦକ୍ଷ ଇଞ୍ଜିନିୟର ଥିବା ବେଳେ କେମିତି ଏତେ ବଡ କ୍ଲବର ମାଲିକ ହେଲେ ଆସନ୍ତୁ ଜାଣିବା ।
ସୌରଭ ଲୁଥ୍ରାଙ୍କ ସଫଳ ଯାତ୍ରାର କାହାଣୀ
ରୋମିଓ ଲେନର ୱେବସାଇଟ୍ ଅନୁଯାୟୀ, ସୌରଭ ଲୁଥ୍ରା ଇଞ୍ଜିନିୟରିଂ ଚାକିରି ଛାଡି ୨୦୧୬ରେ ରୋମିଓ ଲେନ୍ ଆରମ୍ଭ କରିଥିଲେ। ସେବେଠାରୁ ସେ କେବେ ପଛକୁ ଚାହିଁ ନାହାନ୍ତି। କମ୍ପାନିର ୱେବସାଇଟ୍ ଅନୁଯାୟୀ, ରୋମିଓ ଲେନ୍ ବର୍ତ୍ତମାନ ୨୨ଟି ସହର ସହ ୪ଟି ଦେଶରେ ରେଷ୍ଟୁରାଣ୍ଟ, ବାର୍ ଓ ରିସର୍ଟ ଖୋଲିସାରିଛି । ସେ ଏବେ Romeo Lane, Birch and Mama's Buoiର ଚେୟାରମ୍ୟାନ୍ ଅଛନ୍ତି। ବ୍ୟାପକ ବ୍ୟବସାୟ ବିସ୍ତାର ପାଇଁ ତାଙ୍କୁ ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ୨୦୨୩ ଆୱାର୍ଡ ସମେତ ଅନେକ ସମ୍ମାନ ମିଳିସାରିଛି ।
ଆହୁରି ପଢ଼ନ୍ତୁ: BJP Announcement : ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ଓ ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି
ଦୁର୍ଘଟଣାରେ ମର୍ମାହତ ସୌରଭ
ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ସୋମବାର ସୌରଭ ନିଜର ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଥିଲେ ଯେ, "କ୍ଲବରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଯୋଗୁଁ ଅନେକ ଧନ ଜୀବନ ହାନି ହୋଇଛି, ଯାହା ପାଇଁ ଆମେ ଗଭୀର ଦୁଃଖିତ।" ଦୁର୍ଘଟଣାର ପୀଡିତମାନଙ୍କୁ ଆମେ ସମସ୍ତ ପ୍ରକାରର ସହାୟତା, ସମର୍ଥନ ଏବଂ ସହଯୋଗ ଯୋଗାଇ ଦେବୁ।"
ଆଉ ଦୁଇଟି ସମ୍ପତ୍ତି ସିଲ୍
ଏହି ଘଟଣାରେ ପୁଲିସ କ୍ଲବ୍ର ମୁଖ୍ୟ ମହାପ୍ରବନ୍ଧକ ରାଜୀବ ମୋଦକ, ମହାପ୍ରବନ୍ଧକ ବିବେକ ସିଂହ, ବାର ପରିଚାଳକ ରାଜୀବ ସିଂଘାନିଆ ଏବଂ ଗେଟ୍ ପରିଚାଳକ ରିୟାଂଶୁ ଠାକୁରଙ୍କୁ ଗିରଫ କରିଛି। ଅଗ୍ନିକାଣ୍ଡ ଘଟିବା ପରେ ଗୋଆରେ କମ୍ପାନିର ମାଲିକାନାରେ ଥିବା ଅନ୍ୟ ଦୁଇଟି ସମ୍ପତ୍ତିକୁ ମଧ୍ୟ ସିଲ୍ କରିଛି ପୁଲିସ।
ଆହୁରି ପଢ଼ନ୍ତୁ: Woman Marries Krishna Idol: ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଉତ୍ତରପ୍ରଦେଶର ଏହି ଯୁବତୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/09/saurabh-luthra-2025-12-09-15-29-08.jpg)