ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଘୋଷଣା ହେଲା ବିଜେପିର୭ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାମ। ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ଓ ଅଭିଳାଷ ପଣ୍ଡା ଯୁବମୋର୍ଚ୍ଚା ସଭାପତି ପଦ ବଜାୟ ରଖିଲେ। ଏଣେ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକଙ୍କୁ ଏସସି ମୋର୍ଚ୍ଚା ସଭାପତି, କାନ୍ଦେରା ସୋରେନ୍ ଏସଟି ମୋର୍ଚ୍ଚା ସଭାପତି, ଗୁରିନ୍ଦର ସିଂହଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି।
ଭବେନ୍ଦ୍ର ପଣ୍ଡା କୋରାପୁଟ ଜିଲ୍ଲା ପ୍ରଭାରୀ
ଠିକ୍ ସେହିପରି ଗୋଲକ ପ୍ରସାଦ ମହାପାତ୍ର ଅନୁଗୁଳ ଜିଲ୍ଲା ପ୍ରଭାରୀ, ଗୌତମ ରାୟ ବାଲେଶ୍ବର ଜିଲ୍ଲା ପ୍ରଭାରୀ, ଉମାକାନ୍ତ ମହାପାତ୍ର ବାଲେଶ୍ବର (ଉତ୍ତର ), ଇଂ ଜ୍ଞାନଦେବ ବେଉରା କଟକ ଜିଲ୍ଲା ପ୍ରଭାରୀ, ସ୍ମୃତି ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ, ଭବେନ୍ଦ୍ର ପଣ୍ଡା କୋରାପୁଟ ଜିଲ୍ଲା ପ୍ରଭାରୀ ଭାବେ ମନୋନୀତ ହୋଇଛନ୍ତି।
ଆହୁରି ପଢନ୍ତୁ- Leopard Karatapata Forest ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ
ନଜର ପକାନ୍ତୁ, କେଉଁ ଜିଲ୍ଲା ପାଇଁ କେଉଁ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି....
ଆହୁରି ପଢନ୍ତୁ- Robbery Plan Foil: ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ,ମାଡ଼ି ବସିଲା ପୁଲିସ: ୬ ଗିରଫ
ଭାରତୀୟ ଜନତା ପାର୍ଟିର ମାନନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନିମ୍ନଲିଖିତ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। pic.twitter.com/F3J1rD6LZ4
— BJP Odisha (@BJP4Odisha) December 9, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/untitled-3-2025-12-09-13-49-36.jpg)