ମୈଦଲପୁର: ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ମାଡ଼ି ବସିଲା ପୁଲିସ । ଡକାୟତି ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଏସପି(ASP) ଆଦିତ୍ୟ ସେନ ।
ଏହା ସହିତ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନାକୁ ମିଳିଛି ବଡ଼ ସଫଳତା । ପୁଲିସ ସୂଚନା ଅନୁସାରେ ଗତ ରାତିରେ ମୈଦଲପୁର ପୁଲିସ ନିଳାଦ୍ରୀଗୁଡା ନିକଟରେ ସନ୍ଧ୍ୟା କାଳୀନ ପାଟ୍ରୋଲିଂ କରୁଥିଲେ ।
ଆହୁରି ପଢ଼ନ୍ତୁ:Naxal Violence: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ
ନକଲି ସୁନା ଶଙ୍ଖ ଜବତ
ଏହି ସମୟରେ ଦୁର୍ବୃତ୍ତମାନେ ମୈଦଲପୁର ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ। ପୁଲିସକୁ ସନ୍ଦେହ ହେବାରୁ ସେମାନଙ୍କ ନିକଟରେ ପହଞ୍ଚି ୬ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନଙ୍କ ସହ ଏକ କାର , ବିଭିନ୍ନ ପ୍ରକାର ମାରଣାସ୍ତ୍ର , ୯ ମୋବାଇଲ , ନକଲି ସୁନା ଶଙ୍ଖ ସହ ନଗଦ ୧୪୩୨୦ ଟଙ୍କା ଜବତ କରିଛି ପୁଲିସ।
ଅଭିଯୁକ୍ତମାନେ ହେଲେ ରାମ ଚାଲାଣ(୨୯), ଗୋପାଳ ମାଝୀ(୨୬),ଅସ୍ତୁ ମାଝୀ(୨୭),କ୍ରିଷ୍ନା ପନକା(୨୫),ତ୍ରିପତି ବିନ୍ଧାଣି(୨୦), ଉମେଶ ରାଜ ଭାରତୀ(୨୩)। ଫେରାର ଅଭିଯୁକ୍ତ ବଳରାମ ହରିଜନ ବୋଲି ଜଣାପଡ଼ିଛି ।କେସ ନଂ ୧୨୦/୨୫ରେ ମାମଲା ରୁଜୁ କରି ୬ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ଆହୁରି ପଢ଼ନ୍ତୁ:Youth Beaten To Death: ବୋହୂ ସାମ୍ନାରେ ପୁଅକୁ ହତ୍ୟା କଲେ ବାପା ଓ ମା’
ସାମ୍ବାଦିକ ସମ୍ମିଳନୀରେ ପାପଡାହାଣ୍ଡି ଏସପିଓ ସତ୍ୟଜିତ କାଣ୍ଡେଲକେଲ , ଆଇଆଇସି ବିପିନ କୁମାର କୁଲଦୀପ, ଏ ଏସ ଆଇ କମଳ ଲଚନ ନାୟକ ଓ ଲୋକେଶ କୁମାର ଭୋଇ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/08/police-busted-a-gang-planning-to-commit-dacoity-2025-12-08-18-16-18.jpg)