ମାଲକାନଗିରି:  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଜଣେ ଠିକାଦାରକୁ ଅପହରଣ କରିବା ପରେ ହତ୍ୟା କରି ନିଜର ଉପସ୍ଥିତି ଜାହିର କରିଛନ୍ତି।

Advertisment

ଏହି ଘଟଣା ସୂଚାଇ ଦେଉଛି ଯେ, ନକ୍ସଲ ଏବେ ବି ମୁଣ୍ଡ ନୁଆଁଇ ନାହାନ୍ତି। ଘଟଣା ଅନୁଯାୟୀ ଗତକାଲି ବିଜାପୁର ଜିଲ୍ଲାର ପାମେଡ ଅଂଚଳରେ ଇମତ୍ୟାଜ ଅଲ୍ଲି ନାମକ ଠିକାଦାର ନିଜର ସହଯୋଗୀ ସହ ରାସ୍ତା କାମ ଦେଖିବାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ:Quad City: କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

ଏହି ସମୟରେ ସଶସ୍ତ୍ର ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚି ଇମତ୍ୟାଜଙ୍କୁ ଅପହରଣ କରି ନେଇଥିଲେ। ସେଠାରୁ ତାଙ୍କ ସହଯୋଗୀ ଖସି ପଳାଇବାରେ ସଫଳ ହୋଇଥିଲା। ଠିକାଦାର ଇମତ୍ୟାଜଙ୍କୁ ଧରି ନକ୍ସଲ ନିସ୍ତୁକ ମାଡ ମାରିବା ସହ ଜଙ୍ଗଲକୁ ନେଇଯାଇଥିଲେ। ସହଯୋଗୀ ନିକଟସ୍ଥ ଇରାପାଲି ସୁରକ୍ଷା କ୍ୟାମ୍ପରେ ପହଞ୍ଚି ସବୁ ବିଷୟରେ ସିଆରପିଏଫକୁ ସୂଚନା ଦେଇଥିଲା। ପରେ ଯବାନ ସେହି ଅଂଚଳକୁ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ।

ଉପସ୍ଥିତି ଜାହିର କଲେ ନକ୍ସଲ

ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ଠିକାଦାରଙ୍କ ପତ୍ତା ମିଳି ନଥିଲା। ରାତି ହେବାରୁ ଯବାନ ଫେରିଆସିଥିଲେ। ସୋମବାର ସକାଳୁ ଠିକାଦାର ଇମତ୍ୟାଜଙ୍କ ମୃତ ଦେହ ଜଙ୍ଗଲ ରାସ୍ତାରେ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଶବ ନିକଟରେ ନକ୍ସଲ ଏକ ପୋଷ୍ଟର ଛାଡ଼ିଥିଲେ। ସେଥିରେ ପାମେଡ ଏରିଆ କମିଟି ଲେଖାଥିବା ସହ ସେମାନେ ଏହି ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ:Father Throws Daughter into Canal, She Returns Alive in Two Months: ହାତବାନ୍ଧି କେନାଲ୍‌କୁ ଧକ୍କାଦେଲେ ବାପା, ଦୁଇମାସ ପରେ ଜୀବିତ ଫେରିଲା ଝିଅ...

ଏହି ଘଟଣା ପରେ ପୁଲିସ ପୁଣି ତତ୍ପରତା ଦେଖାଇଛି। ସୋମବାର ପୁଣି ଯବାନ ସେହି ଅଂଚଳରେ କୁମ୍ବିଂକୁ ଜୋରଦାର କରିଛନ୍ତି। ପୁଲିସ ମୃତଦେହ ଜବତ ପରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଇମତ୍ୟାଜ ଅଲ୍ଲି ଉତ୍ତର ପ୍ରଦେଶର ବାସିନ୍ଦା। ସେ ନାରାୟଣପୁରଠାରେ ରହି ଠିକାଦାର କାମ କରୁଥିଊେ।

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା