ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି ଯୁବକ: ୩୫ ମାସରେ ଯାଇଛି ୫୦୪ ଜୀବନ

ମାନସିକ ଅବସାଦ ହେଉ ଅବା ଅନ୍ୟାନ୍ୟ କାରଣରୁ ଯୁବକମାନେ ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି। କେବଳ ଯୁବକ ନୁହଁନ୍ତି ଯୁବତୀ, ମହିଳା, ବୟସ୍କ ଏମିତିକି ନାବାଳକ ଓ ନାବାଳିକାମାନେ ମଧ୍ୟ ଏଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି...

mental tension

ରାଉରକେଲା: ମାନସିକ ଅବସାଦ ହେଉ ଅବା ଅନ୍ୟାନ୍ୟ କାରଣରୁ ଯୁବକମାନେ ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି। କେବଳ ଯୁବକ ନୁହଁନ୍ତି ଯୁବତୀ, ମହିଳା, ବୟସ୍କ ଏମିତିକି ନାବାଳକ ଓ ନାବାଳିକାମାନେ ମଧ୍ୟ ଏଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। 

ଏହା ସମାଜ ଓ ପରିବାର ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବୁଦ୍ଧିଜୀବୀମାନେ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିନକୁ ଦିନ ଏହାର ସଂଖ୍ୟା ବଢ଼ିଚାଲିଥିବା ବେଳେ ‌ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ରହିଛି। 

ସୁନ୍ଦରଗଡ଼ରେ ଗତ ୩୫ ମାସ (ଗତ ୨୦୨୨ରୁ ୨୦୨୪ ନଭେମ୍ବର) ମଧ୍ୟରେ ବିଭିନ୍ନ କାରଣରୁ ୫୦୪ ଜଣ ନିଜ ଜୀବନ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୩୮୫ ଜଣ ହେଉଛନ୍ତି ପୁରୁଷ ରହିଛନ୍ତି। ସେହିପରି ୧୧୯ ଜଣ  ମହିଳା ଅଛନ୍ତି। ଗତ ୨୦୨୨ରେ ୧୫୩ ପୁରୁଷ  ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୧୨୯ ଓ ୨୦୨୪ରେ ୧୦୩ ଜଣ  ନିଜ ଜୀବନ ନେଇଛନ୍ତି।

ଅନୁରୂପ ଭାବେ ୨୦୨୨ରେ ୩୮ ମହିଳା  ନିଜ ଜୀବନ ନେଇଥିବାବେଳେ ୨୦୨୩ରେ ୪୨ ଓ ୨୦୨୪ରେ ୩୯ ଜଣ ମହିଳା  ନିଜ ଜୀବନ ନେଇଛନ୍ତି।

ଅଧିକ ପଢ଼ନ୍ତୁ: ଆମେରିକାର କଠୋର ପଦକ୍ଷେପ!: ୧୮,୦୦୦ ଭାରତୀୟଙ୍କୁ ଦେଶରୁ ବାହାର କରିବ

ସୁନ୍ଦରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ୯୯ ଯୁବକ, ୧୧ ଯୁବତୀ, ୧୦ ନାବାଳକ ଓ ବାଳିକା, ୧୫ ମହିଳା ଓ ୨୩ ବୃଦ୍ଧବୃଦ୍ଧା  ନିଜ ଜୀବନ ନେଇଛନ୍ତି। ୨୦୨୩ରେ ୭୯ ଯୁବକ, ୧୧ ଯୁବତୀ, ୧୦ ନାବାଳକ ନାବାଳିକା, ୧୫ ମହିଳା ଓ ୧୧ ବୃଦ୍ଧବୃଦ୍ଧା  ନିଜ ଜୀବନ ନେଇଛନ୍ତି। ୨୦୨୪ରେ  ୫୧ ଜଣ ଯୁବକ  ନିଜ ଜୀବନ ନେଇଛନ୍ତି।  ୮ ଯୁବତୀ, ୧୦ ନାବାଳ କବାଳିକା, ୨୨ ମହିଳା ଓ ୧୭ ବୃଦ୍ଧବୃଦ୍ଧ  ନିଜ ଜୀବନ ନେଇଛନ୍ତି।

ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ୨୬ ପୁରୁଷ ଓ ୭ ମହିଳା  ନିଜ ଜୀବନ ନେଇଛନ୍ତି। ୨୦୨୩ରେ  ୩୪ ପୁରୁଷ ଓ ୯ ମହିଳା  ନିଜ ଜୀବନ ନେଇଛନ୍ତି। ୨୦୨୪ରେ ୩୦ ପୁରୁଷ ଓ ୪ ମହିଳା  ନିଜ ଜୀବନ ନେବା ଭଳି ଚରମ ପଦକ୍ଷେପ ନେଇଛନ୍ତି। 

ଅଧିକ ପଢ଼ନ୍ତୁ: ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଜାରି ହେଲା ଧାରା ୧୬୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe