ଖଣ୍ଡଗିରି: ନିଦରେ ଶୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହୁଥିବା ପୁରୀ ଚନ୍ଦନପୁର ଅଞ୍ଚଳର ସିଦ୍ଧାନ୍ତ ବିଶ୍ବାଳ(୧୯)। ସ୍ବାମୀ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ରାତିରେ ମହିଳାଙ୍କ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପରଦିନ ମହିଳାଜଣଙ୍କ ସ୍ବାମୀଙ୍କ ସହ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିଦ୍ଧାନ୍ତକୁ ଚନ୍ଦନପୁରରୁ ଗିରଫ କରିଥିଲା।
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
Advertisment
Follow Us