ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ରେ ଗାଳିଗୁଲଜ କରି ଯୁବକ ଗିରଫ

Advertisment
ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ରେ ଗାଳିଗୁଲଜ କରି ଯୁବକ ଗିରଫ

ଖଣ୍ଡଗିରି : ପୁଲିସ ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌ (ଏମ୍‌ସିଆର୍‌)କୁ ଅଯଥାରେ ଫୋନ୍‌ କରିବା ସହ କର୍ମଚାରୀମାନଙ୍କୁ ଗାଳି କରୁଥିବା ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଭୁବନେଶ୍ୱର ଏମ୍‌ସ ନିକଟରେ ରହୁଥିବା ପ୍ରଭାତ ସ୍ୱାଇଁ (୨୯)। ଗତ ସପ୍ତାହକ ମଧ୍ୟରେ ସେ ପ୍ରାୟ ୨ଶହରୁ ଅଧିକ ଥର ଫୋନ୍‌ କରି ଗାଳି କରିଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ ପ୍ରଭାତ ତା’ ମୋବାଇଲ୍‌ ଫୋନ୍‌ ନମ୍ବର ୯୦୯୦୦୨୩୮୨୯ରୁ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ୧୦୦କୁ ଡାଏଲ୍‌ କରେ। ଅଯଥାରେ ଏଣୁତେଣୁ କହି ସିପିଙ୍କ ନମ୍ବର ମାଗେ ଓ ସିପିଙ୍କୁ କହି ଚାକିରିରୁ ବାହାର କରିଦେବ ବୋଲି ଧମକ ଦିଏ। ଏମିତିକି ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବାକୁ ପଛାଏ ନାହିଁ। ଯଦି କୌଣସି ମହିଳା କର୍ମଚାରୀ ଫୋନ୍‌ ଉଠାଇଲେ ତ କଥା ସରିଲା। ପ୍ରଭାତ ମହିଳା କର୍ମଚାରୀଙ୍କୁ ଅଧିକ ଖରାପ ଭାଷାରେ ଗାଳି କରେ। ପ୍ରଥମେ ଏହା କୌଣସି ପାଗଳର କାମ ବୋଲି ଭାବି ପୁଲିସ କର୍ମଚାରୀମାନେ କଥାକୁ ଗୁରୁତ୍ୱ ଦେଇନଥିଲେ। ମାତ୍ର ବାରମ୍ବାର ଫୋନ୍‌ କରି କଣ୍ଟ୍ରୋଲ୍‌ ରୁମ୍‌ ଫୋନ୍‌କୁ ବ୍ୟସ୍ତ ରଖିଲା। ଫଳରେ ଜନସାଧାରଣଙ୍କ ଫୋନ୍‌ ମିଳିବା ବା ଜରୁରି କାର୍ଯ୍ୟ ପାଇଁ ପୁଲିସ ଫୋନ୍‌ ବ୍ୟବହାର କରିବା ମୁସ୍କିଲ ହୋଇ ପଡ଼ିଲା। ତେଣୁ ପୁଲିସ ତା ମୋବାଇଲ୍‌ ଫୋନ୍‌ ନମ୍ବରକୁ ଟ୍ରାକିଂ କରି ତାକୁ ସିଜୁଆ ଅଞ୍ଚଳରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe