ଭୁବନେଶ୍ୱର : ପଡ଼ୋଶୀଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା କେଶୁରା ଅଞ୍ଚଳର ମନୋଜ ସାହୁ(୨୯)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୋଜ ଓ ଲକ୍ଷ୍ମଣ ପ୍ରଧାନଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ ହଠାତ୍ ଶୁକ୍ରବାର ଅପରାହ୍ନରେ ମନୋଜ କୌଣସି କାରଣ ନଥାଇ ଲକ୍ଷ୍ମଣଙ୍କୁ ଗାଳିଗୁଲଜ କରିଥିଲା। ଲକ୍ଷ୍ମଣ ଏହାର ପ୍ରତିବାଦ କରିବାରୁ ମନୋଜ ଉତ୍ତ୍ୟକ୍ତ ହୋଇ ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଲକ୍ଷ୍ମଣ ଆହତ ହୋଇଥିଲେ ଏବଂ ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିିଛି।
ପଡ଼ୋଶୀଙ୍କୁ ଆକ୍ରମଣ, ଯୁବକ ଗିରଫ
Advertisment
Follow Us