ପୁଲିସ ସହ ଗୁଣ୍ଡାଗିରି; ଯୁବକ ଗିରଫ

Advertisment
ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ବର : ମଙ୍ଗଳବାର ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଗାଡ଼ିମୋଟର ଯାଞ୍ଚ ଚାଲିଥିବା ବେଳେ ଗୁଣ୍ଡାଗିରି କରିବାରୁ ଅନୁଗୁଳର ପ୍ରଦୀପ୍ତ ନାଥଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଗାଡ଼ି ଯାଞ୍ଚ ବେଳେ ନିଜକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି କହିବା ସହ ଗାଡ଼ି ଯାଞ୍ଚ କରିବାକୁ ଦେଇ ନଥିଲା। ଯାଞ୍ଚ ପାଇଁ କାଗଜପତ୍ର ମାଗିବାରୁ ସେ ପୁଲିସକୁ ମାଡ଼ ମାରିବାକୁ ‌ଉଦ୍ୟତ ହୋଇଥିଲା। ଏଭଳି ଗୁଣ୍ଡାଗିରି ନେଇ ପୁଲିସ କର୍ମଚାରୀ ଗଫର ଖାନ୍‌ଙ୍କ ଅଭିଯୋଗରେ ଏକ ମାମଲା ରୁଜୁ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe