ନକଲି ବିଇଡି ସାର୍ଟିଫିକେଟ୍‌ ଯୋଗାଇ ଯୁବକ ଗିରଫ

ନକଲି ବିଇଡି ସାର୍ଟିଫିକେଟ୍‌ ଯୋଗାଇ ଯୁବକ ଗିରଫ

Photo by : media2.intoday.in

ଚନ୍ଦ୍ରଶେଖରପୁର : ରାଜଧାନୀରେ ପୁଣି ନକଲି ବିଇଡି ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିଛି। କିଛି ଛାତ୍ରଙ୍କୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇ ଦେବାର ପ୍ରଲୋଭନ ଦେଖାଇ ଠକିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ଶରତ କୁମାର ସାହୁ(୨୮) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ାମ୍ବିଳା ଅଞ୍ଚଳର। ଯୁବକ ଜଣଙ୍କ ବିଭିନ୍ନ ଛାତ୍ରଙ୍କଠାରୁ ୨ଲକ୍ଷ ୭୦ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଶରତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହି ବିଭିନ୍ନ ବେକାର ଛାତ୍ରଛାତ୍ରୀମାନଙ୍କୁ ନକଲି ପ୍ରମାଣପତ୍ର ବିକ୍ରିକରି ଲକ୍ଷାଧିକ ଟଙ୍କା ଠକୁଥିଲା। ଗତ ମାସରେ ଜଣେ ଛାତ୍ରଙ୍କୁ ସେ ଦୂରନିରନ୍ତର ପାଠ୍ୟକ୍ରମରେ ଏକ ବିଇଡି ପ୍ରମାଣପତ୍ର ଦେଇଥିଲା। ମାତ୍ର ଛାତ୍ର ଜଣଙ୍କ ଉକ୍ତ ପ୍ରମାଣପତ୍ରକୁ ନେଇ ଚାକିରି କରିବା ପାଇଁ ଆବେଦନ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe