ପୂଜକଙ୍କ ଘରୁ ଚୋରି କରି ଯୁବକ ଗିରଫ

Advertisment

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ

ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ବର : ସହିଦନଗର ଥାନା ଅଞ୍ଚଳର ଜଣେ ପୂଜକଙ୍କ ଘରୁ ଚୋରି ଅଭିଯୋଗରେ ଆଖଣ୍ଡଳମଣି ବସ୍ତିର ପୁନିଆ ନାୟକକୁ ପୁଲିସ ଗିରଫ କରିଛି। ଗତ ୨୫ ତାରିଖରେ ସହିଦନଗର ଥାନା ଅଞ୍ଚଳର ପୂଜକ ଗୌରାଙ୍ଗ ପାଢ଼ୀଙ୍କ ଘରେ ପଶି ପୁନିଆ ଆସବାବପତ୍ର ସହ ନଗଦ ଟଙ୍କା ଚୋରି କରିଥିଲା। ତା’ ସହ ଅନ୍ୟ କେତେକ ସହଯୋଗୀ ଥିଲେ। ସେମାନଙ୍କୁ ସହିଦନଗର ଥାନା ପୁଲିସ ଖୋଜୁଛି।

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ
ବାଲିପାଟଣା : ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ସନ୍ତୋଷ ବେହେରା(୨୧)କୁ ଆଜି କୋର୍ଟଚାଲାଣ କରିଛି। ଗତ ୨୮ ତାରିଖରେ ସନ୍ତୋଷ ଉକ୍ତ ନାବାଳିକାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ନିଜ ଘରକୁ ନେଇଯାଇଥିଲା। ଗ୍ରାମବାସୀ ଏକାଠି ହୋଇ ସେହି ଯୁବକଙ୍କ ଘର ଚାରିପାଖରେ ଜଗି ରହି ପୁଲିସକୁ ଫୋନ କରିଥିଲେ। ଏସଆଇ ନୟନା ବେହେରା ସଦଳବଳ ଚଢ଼ଉ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ। ଆଜି ଉଭୟଙ୍କୁ ଡାକ୍ତରୀମାଇନା ପରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe