ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ଯୁବକ ଗିରଫ

Advertisment
ସମ୍ବଲପୁର : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

telegraph.co.uk

ଭୁବନେଶ୍ୱର : ନାବାଳିକାକୁ ଅପହରଣ କରିବା ସହ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଉଛି ଓଡ଼ଗାଁର ବାପିନା ନାୟକ। ଉଭୟଙ୍କୁ ଆଜି ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରୁ ଉଦ୍ଧାର କରାଯିବା ପରେ ଡାକ୍ତରୀ ମାଇନା କରାଯାଇଛି। ପୋକ୍ସୋ ଆଇନ ସହ ଆଇପିସି ୩୭୬ ଦଫାରେ ଅଭିଯୁକ୍ତ ବାପିନାକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ନାବାଳିକା ଜଣକ ଏୟାରପୋର୍ଟ ଅଞ୍ଚଳରେ ରହି ପାଠ ପଢ଼ନ୍ତି। ଅଭିଯୁକ୍ତ ଏଠାରେ ଏକ ବସ୍ତିରେ ରହି ଗ୍ରିଲ୍‌ ଦୋକାନ‌ରେ କାମ କରେ। ନାବାଳିକା ସେହି ରାସ୍ତା ଦେଇ ପାଠ ପଢ଼ିବାକୁ ଯିବା ବେଳେ ତାଙ୍କୁ ପ୍ରେମ ନିବେଦନ କରିଥିଲା। ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ବି ରଖିଥିଲା। କିନ୍ତୁ ଗତ ୧୬ ତାରିଖରେ ନାବାଳିକାକୁ ସେ ଜବରଦସ୍ତ ଉଠାଇ ନେଇ ଭୁବନେଶ୍ବର ବାହାରକୁ ଚାଲି ଯାଇଥିଲା। ସେଠାରେ ସେ ନାନାଳିକାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଥିଲା। ନ‌ାବାଳିକା ଜଣକୁ ଅପହରଣ କରି ନେବା ପରେ ପୁଲିସରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ସେମାନେ ଭୁବନେଶ୍ବର ‌େଫରିଥିବା ଜାଣିବା ପରେ ପୁଲିସ ଏକ ବସ୍ତିରୁ ସେମାନଙ୍କୁ ଉଦ୍ଧା‌ର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe