ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

Advertisment
ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଲେଫ୍ରିପଡ଼ା : ଜଣେ ନାବାଳିକା ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ସର୍ଗିପାଲି ପୁଲିସ ଜଗତପଡ଼ାର ବଣ୍ଟି ବଗାର(୨୦)କୁ ଗିରଫ କରିଛି। ବଣ୍ଟି ନିଜ ପଡ଼ାର ଜନୈକା ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରି ଆସୁଥିଲା। ବାରମ୍ବାର ଶାରୀରିକ ସଂପର୍କ ଯୋଗୁଁ ନାବାଳିକା ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଘଟଣା ପ୍ରଘଟ ହେବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏ ସଂପର୍କରେ ଥାନାରେ ଏକ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବଣ୍ଟି ବଗାରକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe