ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି : ଘରେ ପଶି ଜଣେ ନାବାଳିକାକୁ ଜୋର୍ ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଭରତପୁର ବସ୍ତିରେ ରହୁଥିବା ଗଞ୍ଜାମ ଆସ୍କା ଅଞ୍ଚଳର ଭଗବାନ ଦାସ(୨୪)କୁ ଗିରଫ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ଭଗବାନ ନାବାଳିକାର ଶୋଇବା ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ନାବାଳିକାଟି ଚିତ୍କାର କରିବାରୁ ପରିବାର ଲୋକେ ଉଠିପଡ଼ିଥିଲେ ଓ ପଡ଼ୋଶୀମାନଙ୍କ ସହଯୋଗରେ ତାକୁ କାବୁ କରି ନେଇଥିଲେ। ପରେ ତାକୁ ଖଣ୍ଡଗିରି ଥାନା ପୁଲିସ ଜିମା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe