ଅଧିକାରୀଙ୍କ ନିର୍ଯାତନା ସହି ନପାରି ସୁଇସାଇଡ ନୋଟ ଲେଖି ଜୀବନ ହାରିଦେଲେ ଯୁବକ

ଜୟପୁରର ଝଟୱାରା ଥାନା ଅଞ୍ଚଳରେ ମୁକେଶ କୁମାର ଜାଙ୍ଗିଡ କାର୍ଯ୍ୟାଳୟରେ ଅଧିକାରୀଙ୍କ ନିର୍ଯାତନା ସହି ନପାରି ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଛନ୍ତି। ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ଏଭଳି କଥା...

guoiy

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରି ଦେଇଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ ଏକ ସୁଇସାଇଡ଼ ନୋଟ ଛାଡ଼ି ଯାଇଛନ୍ତି। ମୃତକ ଯୁବକଙ୍କ ନାମ ମୁକେଶ କୁମାର ଜାଙ୍ଗିଡ ଓ ବୟସ ୩୫ବର୍ଷ ଥିବା ଜଣାପଡ଼ିଛି।  

ସୂଚନାଯୋଗ୍ୟ,  ଜୟପୁରର ଝଟୱାରା ଥାନା ଅଞ୍ଚଳରେ ମୁକେଶ କୁମାର ଜାଙ୍ଗିଡ ବସବାସ କରନ୍ତି। ମୁକେଶ ଗତ ୧୫ ବର୍ଷ ଧରି ବିଦ୍ୟାଧର ନଗରରେ ଥିବା ସେଣ୍ଟ୍ରାଲ ସ୍ପାଇନ୍ ନାମକ ଏକ କମ୍ପାନିରେ କାମ କରି ଆସୁଥିଲେ। 
ମୁକେଶ ତାଙ୍କ ସ୍ତ୍ରୀ ରେଖା ଏବଂ ଦୁଇ ପୁଅଙ୍କ ସହିତ ବନାଡ ରୋଡର ଆନନ୍ଦ ବିହାର ବିରେ ରହୁଥିଲେ। ଏପ୍ରିଲ ୧୨ ତାରିଖ ରାତିରେ ରାତ୍ରୀ ଭୋଜନ ପରେ ସମସ୍ତେ ଶୋଇବାକୁ ଚାଲି ଯିବାପରେ ମୁକେଶ ବିଷାକ୍ତ ପଦାର୍ଥ ପିଇ ଜୀବନ ହାରି ଦେଇଥିଲେ।

ସୁଇସାଇଡ୍ ନୋଟ୍ ଅନୁଯାୟୀ, ଅଫିସର ଏକ ପରୀକ୍ଷାରେ କିଛି ସମସ୍ୟା ହୋଇଥିଲା। ଯେତେବେଳେ ମୁକେଶ ଏ ବିଷୟରେ ତାଙ୍କ ବସ୍ ସହିତ କଥା ହୋଇଥିଲେ ତାଙ୍କୁ ଆଶ୍ୱସ୍ତ କରାଯାଇଥିଲା ଯେ କିଛି ହେବ ନାହିଁ। କିନ୍ତୁ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା, ତାଙ୍କ ବିରୋଧ ଅଭିଯୋଗ ଆସିଥିଲା। ତାଙ୍କୁ ଏକ ଖାଲି କାଗଜରେ ସାଇନ କରିବାକୁ କୁହାଯାଇଥିଲା। ଉକ୍ତ ସାଇନଙ୍କୁ ନେଇ ମୁକେଶଙ୍କୁ ଦୋଷ କରିଥିବା ସ୍ବୀକାର କରିବାକୁ ଚାପ ପକାଯାଉଥିଲା।

ତଦନ୍ତକାରୀ ଅଧିକାରୀ ଏଏସଆଇ ରାମ ସିଂହଙ୍କ ଅନୁଯାୟୀ, ମୁକେଶ ଏପ୍ରିଲ ୮ ତାରିଖରୁ ଅଫିସ ଯାଇ ନଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଏକ ସୁଇସାଇଡ଼ ନୋଟ ପାଇଥିଲା। 

ଜବତ ସୁଇସାଇଡ଼ ନୋଟରେ ଉଲ୍ଲେଖ ଅଛି, ‘ବାପା ଯେତିକି ହୋଇ ପାରିଲା ସହିଲି। ଆଉ ସହି ପାରୁ ନାହିଁ। ମୁଁ ଏତେ ମାତ୍ରାରେ ଚିନ୍ତାଗ୍ରସ୍ତ ହୋଇଯାଇଛି କି ପରିବାରକୁ ସମୟ ଦେଇ ପାରୁ ନି କି ନିଜେ ବି ଶାନ୍ତିରେ ରହି ପାରରୁନାହିଁ।ଜୀବନ ହାରିବା ଛଡ଼ା ମୋ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ମୋ ଜୀବନ ହାରିବା ପାଇଁ ଅଧିକାରୀ ଦିଲ୍ଲୀପ ସିଂହ ଓ ରାଜେଶ ଅରୋରା ହିଁ ଦାୟୀ।’

ମୁକେଶଙ୍କ ଭାଇ ଲୋକେଶ ଏପ୍ରିଲ ୧୪ରେ ଝଟୱାରା ପୁଲିସ ଷ୍ଟେସନରେ ତାଙ୍କ ଭାଇକୁ ଜୀବନ ହାରିବା ପାଇଁ ଉସୁକାଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe