ରେଳ ଧାରଣାକୁ ଆତ୍ମହତ୍ୟା ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କ ସହ ଘଟିଲା ଏମିତି ଘଟଣା

Advertisment
ରେଳ ଧାରଣାକୁ ଆତ୍ମହତ୍ୟା ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କ ସହ ଘଟିଲା ଏମିତି ଘଟଣା

.oneindia.com

ଅଜମେର: ‘ରଖେ ହରି ମାରେ କିଏ’ ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଦେଖିଥିବା ବେଳେ ନିକଟରେ ଏମିତି ଏକ ଘଟଣା ରାଜସ୍ଥାନର ଅଜମେର ଜିଲ୍ଲାରେ ଘଟିଛି। ଅଜମେରର ରାମଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳସ୍ଥ ବ୍ୟାୱର ରୋଡ ଏଚଏମଟି ସାମ୍ନାରେ ସଞ୍ଜୟ ନଗର ନିକଟରେ ଜଣେ ଯୁବକ ଆତ୍ମହତ୍ୟା ପାଇଁ ରେଳ ଧାରଣାରେ ଶୋଇପଡ଼ିଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ମାଲବୋଝେଇ ଟ୍ରେନକୁ ଦେଖି ସେ ଭୟଭୀତ ହୋଇ ଧାରଣା ମଝିକୁ ଚାଲି ଆସି ଚିତ ହୋଇ ଶୋଇ ପଡ଼ିଥିଲେ। ଆଖି ପିଛୁଳାକେ ଟ୍ରେନ୍‌ଟି ତାଙ୍କ ଉପର ଦେଇ ଚାଲି ଯାଇଥିଲା।

publive-image .oneindia.com

ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ଟ୍ରେନ୍‌ଟି ଯୁବକଙ୍କ ଉପର ଦେଇ ଚାଲି ଯାଇଥିଲେ ହେଁ ଆଶ୍ଚର୍ଯ୍ୟର କଥା ତାଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନଟିଏ ବି ନଥିଲା। ପ୍ରତ୍ୟେକ୍ଷଦର୍ଶୀ ଏହି ଘଟଣାର ଦୃଶ୍ୟକୁ ନିଜ ଫୋନ୍‌ରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି। ଲୋକେ ଏହି ଘଟଣାର ଦୃଶ୍ୟକୁ ଦେଖି ‘ରଖେ ହରି ମାରେ କିଏ’ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

publive-image .oneindia.com

ପ୍ରକାଶିତ ରିପୋର୍ଟ ମୁତାବକ, ରାମଗଞ୍ଜସ୍ଥିତ କଞ୍ଜର ବସ୍ତିରେ ରହୁଥିବା ଜଣେ ଯୁବକ ଅଟୋ ନେଇ ସଞ୍ଜୟ ନଗରରେ ପହଞ୍ଚିଥିଲେ। ଅଟୋକୁ ରେଳ ଧାରଣା ପାର୍ଶ୍ୱରେ ଛିଡ଼ା କରି ଆତ୍ମହତ୍ୟା ପାଇଁ ଧାରଣାରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଯେତେବେଳେ ଟ୍ରେନ୍‌ ଆସିଥିଲା ସେ ଭୟଭୀତ ହୋଇ ଧାରଣା ମଝିକୁ ଚାଲି ଯାଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଧାରଣାରେ ହଲଚଲ ନହୋଇ ସ୍ଥିର ହୋଇ ଶୋଇ ରହିବାକୁ ଯୁବକଙ୍କୁ  ପରାମର୍ଶ ଦେଇଥିଲେ। ଟ୍ରେନଟି ଅତିକ୍ରମ କରି ଯିବା ପରେ ସ୍ଥାନୀୟଲୋକେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe