ମାସ‌େ ତଳେ ହୋଇଥିଲା ବିବାହ, ପୋଖରୀ ହୁଡ଼ାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

Advertisment
ମାସ‌େ ତଳେ ହୋଇଥିଲା ବିବାହ, ପୋଖରୀ ହୁଡ଼ାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

Urdupoint.com

ଯାଜପୁର: ଯାଜପୁର ଟାଉନ ଥାନା ବାଣପୁର ଅଞ୍ଚଳର ଗୋଲ ପୋଖରୀ ହୁଡାରେ ଜଣେ ଆଦିବାସୀ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଟାଉନ ଥାନାର ଅବଦଲପୁର ଅଞ୍ଚଳରେ ଥିବା ହୁଡା ସାହିରେ ପ୍ରାୟ ୧୦ ବର୍ଷ ହେଲା ପରିବାର ସହ ରହୁଥିବା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ବୁଦେଶ୍ବର ମହାକୁଡ(୨୫)ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଉକ୍ତ ସ୍ଥାନ ଏକ ନିଛାଟିଆ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ପୋଖରୀକୁ କେବଳ ଲୋକମାନେ ଶୌଚ ପାଇଁ ଯାଇଥାନ୍ତି। ତେ‌ବେ ମୃତ ଯୁବକ ଜଣକ ନିଜ ପତ୍ନୀଙ୍କୁ ପୋଖରୀକୁ ଗାଧୋଇବାକୁ ଯାଇଛି କହି ସେଠାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। କିଛି ଲୋକ ବୁଦେଶ୍ବରଙ୍କ ଶରୀର ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେବା ସହ ପରିବାରକୁ ଜଣାଇଥିଲେ। ପ‌ରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ବୁଦେଶ୍ବର ଏକ ମାସ ହେବ ବିବାହ କରିଥିଲେ। କୌଣସି ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe