ରେଳ ଧାରଣାରେ କୁକୁଡ଼ା, ସାଇକେଲ ଓ ପଥର ରଖି ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ୟୁଟ୍ୟୁବର

Advertisment
ରେଳ ଧାରଣାରେ କୁକୁଡ଼ା, ସାଇକେଲ ଓ ପଥର ରଖି ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ୟୁଟ୍ୟୁବର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇ ଟଙ୍କା ରୋଜଗାର କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। ତେଣୁ ୟୁଟ୍ୟୁବରମାନେ ଯେଉଁଠାକୁ ଗଲେ ଭିଡିଓ ଓ ରିଲ୍ସ କରିବା ଆରମ୍ଭ କରି ଦେଇଥାଆନ୍ତି। ଏହି ରିଲକ୍ସ ଓ ଭିଡିଓ କରିବା ନିଶା ସମୟସମୟରେ ମଣିଷର ଜୀବନ ନେଉଥିବା ବେଳେ କିଛି ୟୁଟ୍ୟୁବରଙ୍କ କାମ ପାଇଁ ଅନ୍ୟମାନଙ୍କ ଜୀବନ ବି ବିପଦରେ ପଡ଼ିଯାଇଥାଏ।

ନିକଟରେ ଏମିତି ଜଣେ ୟୁଟ୍ୟୁବଙ୍କୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ ୟୁଟୁବ୍ୟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଓ ଭାରତୀୟ ରେଳବାଇ ନିକଟରେ ଅଭିଯୋଗ ବି କରିଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ @ trainwalebhaiya  ଏକ୍ସରେ ବିବାଦକୁ ଆସିଥିବା ଭିଡିଓ ସେୟାର କରି ଲେଖିଛନ୍ତି, ‘ ୟୁଟ୍ୟୁବର ଗୁଲଜାର ଶେଖ ଲାଲଗୋପାଳଗଞ୍ଜ ରେଲ‌ୱେ ଷ୍ଟେସନ ନିକଟରେ ୟୁଟ୍ୟୁବ ପାଇଁ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତାଙ୍କର ଏଭଳି କାମ ହେତୁ ରେଳ ଚକା ଧାରଣାରୁ ତଳକୁ ଖସି ପାରେ। ଯେଉଁକାରଣରୁ ଅନେକ ଯାତ୍ରୀଙ୍କ ଜୀବନ ବି ବିପଦରେ ପଡ଼ିପାରେ।

ଭିଡିଓରେ ଦେଖିବାକୁ ମିଳିଛି ୟୁଟ୍ୟୁବର ଗୁଲଜାର ଧାରଣାରେ ସାଇକେଲ ରଖୁଛନ୍ତି, ତ ପୁଣି କତେବେଳେ ପଥର, ସାବୁନ ଓ କଏନ ରଖି ଭିଡିଓ କରୁଛନ୍ତି। କେବଳ ଏତିକି ନୁହେଁ ଧାରଣାରେ ସେ ଏକ ଜୀବନ୍ତ କୁକୁଡ଼ାକୁ ବାନ୍ଧି ଦେଉଛନ୍ତି। ଆଉ ଟ୍ରେନ ଆସିବା ପାଇଁ ଅପେକ୍ଷା କରି ରହିଛନ୍ତି।

ଥରେ ଚିନ୍ତା କରି ଦେଖନ୍ତୁ ତ ଉକ୍ତ ଧାରଣାରେ ଆସୁଥିବା ଟ୍ରେନ ଯଦି ଉକ୍ତ ସାମଗ୍ରୀଗୁଡ଼ିକ ଉପରେ ଚଢ଼ିବା ସମୟରେ ତ‌ାର ଚକା ଖସିଗଲା ତେବେ କେତେବଡ଼ ଦୁର୍ଘଟଣା ଘଟିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe