ଏନକାଉଣ୍ଟର ଭୟରେ ପୁଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଉତ୍ତର ପ୍ରଦେଶରେ ଅପରାଧୀଙ୍କ ପ୍ରତି ଯୋଗୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଓ ପୁଲିସ ଏନକାଉଣ୍ଟର ଅଭିଯାନ ଅପରାଧୀଙ୍କ ମଧ୍ୟରେ ଏପରି ଭୟ ସୃଷ୍ଟି କରିଛି ଯେ ଇତି ମଧ୍ୟରେ ଅନେକ ଅପରାଧୀ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରୁଛନ୍ତି।

Untitled-13

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ଅପରାଧୀଙ୍କ ପ୍ରତି ଯୋଗୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଏବଂ ସହାରନପୁର ପୁଲିସ ଦ୍ୱାରା ନିଆଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନର ଫଳାଫଳ ଏବେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ପୁଲିସ ଏନକାଉଣ୍ଟର ଅଭିଯାନ ଅପରାଧୀଙ୍କ ମଧ୍ୟରେ ଏପରି ଭୟ ସୃଷ୍ଟି କରିଛି ଯେ ଇତି ମଧ୍ୟରେ ଅନେକ ଅପରାଧୀ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରୁଛନ୍ତି।

ସୂଚନାଯୋଗ୍ୟ, ଧରମପୁର ଗୁର୍ଜର ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଶାନ୍ତ କିଛି ଦିନ ଧରି ଫେରାର୍ ଥିଲା। ବର୍ଦ୍ଧିତ ପୁଲିସ ଚାପ ଏବଂ ଏନକାଉଣ୍ଟରର ଭୟରେ ସେ ଗୁରୁବାର ତାର ପରିବାର ସଦସ୍ୟଙ୍କ ସହିତ ଥାନାକୁ ଆସି ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ସମୟରେ ଅଭିଯୁକ୍ତର ମୁହଁରେ ଭୟ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଥିଲା। 

ପୁଲିସ ନିକଟରେ ଆତ୍ମସମର୍ପଣ କରି ପ୍ରଶାନ୍ତ କହିଛି, ‘ ମୁଁ ପୁଲିସ ଏନକାଉଣ୍ଟରକୁ ଭୟ କରୁଛି। ତେଣୁ ନିଜ ଜୀବନ ବଞ୍ଚାଇବା ପାଇଁ ପୁଲିସ ଷ୍ଟେସନକୁ ଆସିଛି।’
 

ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ଗୁଳିକାଣ୍ଡ ପଛର କାରଣ ସହିତ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରୁଛି।

ସହାରନପୁର ଏସଏସପି ଆଶିଷ ତିୱାରୀ କହିଛନ୍ତି, ‘ ସହାରନପୁର ପୁଲିସ ଅପରାଧୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯିଏ ଆଇନକୁ ନିଜ ହାତକୁ ନେବ ତାକୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ପୁଲିସର ଅପରେସନ କ୍ଲିନ୍ ଅଭିଯାନ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ଜାରି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe